ଭଞ୍ଜନଗର: ଗାନ୍ଧୀଙ୍କ 150ତମ ଜନ୍ମ ଜୟନ୍ତୀ ଅବସରରେ ସାରା ରାଜ୍ୟରେ ପରିକ୍ରମା କରୁଛି ଅହିଂସା ରଥ । ସମ୍ବିଧାନର ମୁଖ ବନ୍ଧରେ ଅହିଂସାକୁ ସାମିଲ କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ରଥ ପ୍ରତି ସହର ଓ ଗ୍ରାମାଞ୍ଚଳରେ ପରିକ୍ରମା କରୁଛି ।
ସୋମବାର ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀରେ ପହଞ୍ଚିଥିଲା ଅହିଂସା ରଥ । ଏଥିରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ଆସିକା ସାଂସଦ ପ୍ରମିଳା ବିଷୋୟୀ ଉପସ୍ଥିତ ରହିଥିବା ବେଲେ ସେମାନଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି ।