ବ୍ରହ୍ମପୁର: ଗଞ୍ଜାମରେ ପୁଣି ଏନକାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରମୋଦ ବାରିକ ଆହତ । ପ୍ରମୋଦ ଡାହାଣ ଗୋଡରେ ବାଜିଛି ଗୁଳି । ତାକୁ ପ୍ରଥମେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।
ରବିବାର ଭୋର ସମୟରେ ଗଞ୍ଜାମ ପୋଲିସ ପକ୍ଷରୁ ଏହି ଏନକାଉଣ୍ଟର କରାଯାଇଛି । ରମ୍ଭା ଥାନା ଅଞ୍ଚଳରେ ପ୍ରମୋଦ ରହିଥିବା ଜାଣିବା ପରେ ତାକୁ ଜାଲରେ ପକାଇବା ଉଦ୍ୟମ କରିଥିଲା ପୋଲିସ । ହେଲେ ସେ ପୋଲିସକୁ ଆକ୍ରମଣ କରିବାରୁ ପାଲଟା ଜବାବରେ ଆହତ ହୋଇଛି ପ୍ରମୋଦ । ଆହତ ପ୍ରମୋଦକୁ ପ୍ରଥମେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଥିରେ ଦୁଇ ଜଣ ପୋଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି । ପୋଲିସ ତା ନିକଟରୁ ଗୋଟିଏ ମୋଟର ସାଇକେଲ ,ଗୋଟିଏ ମାଉଜର, ଦୁଇଟି ଜୀବନ୍ତ ଗୁଳି ଜବତ କରିଛି ।