ଓଡିଶା

odisha

ETV Bharat / state

କାଦୁଅ ରାସ୍ତାରେ 5କି.ମି ବୁହାହେଲେ ରୋଗୀ - ପୁଣି ଭାରରେ ବୋହିଲେ ରୋଗୀ

ଗଞ୍ଜାମ ଜିଲ୍ଲା ସୋରଡା ଗଛଗୁଡା ଗାଁରେ ରୋଗୀଙ୍କୁ ଭାରରେ ବୋହିଲେ ଗ୍ରାମବାସୀ । ଗାଁକୁ ପକ୍କା ରାସ୍ତା ନଥିବାରୁ ବାଧ୍ୟ ହୋଇ 5କିମି କାଦୁଅ ଓ ନାଳ ରାସ୍ତାରେ ବୋହି ରୋଗୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

By

Published : Sep 28, 2019, 1:25 PM IST

ଗଞ୍ଜାମ: ପୁଣି ଭାରରେ ବୁହା ହେଲେ ରୋଗୀ । ଗଞ୍ଜାମ ଜିଲ୍ଲା ସୋରଡା ଗଛଗୁଡା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁକୁ ପକ୍କା ରାସ୍ତା ନଥିବାରୁ ପ୍ରାୟ 5 କିମି କାଦୁଅ ଓ ନାଳ ରାସ୍ତା ଦେଇ ଚିକିତ୍ସା ପାଇଁ ବଡଗଡ ଚିକିତ୍ସାଳୟକୁ ରୋଗୀଙ୍କୁ ଅଣାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ସୂଚନାଯୋଗ୍ୟ, ଦଶମ ଶ୍ରେଣୀ ଛାତ୍ରୀ ସୁବାନ୍ତି ଶବର ଗତ କିଛି ଦିନ ଧରି ଜ୍ବରରେ ପୀଡିତ ଥିଲେ । ତେବେ ଗାଁକୁ ପକ୍କା ରାସ୍ତା ନଥିବାରୁ କୌଣସି ଗାଡିଟିଏ ପହଞ୍ଚି ପାରିନଥିଲା । ଫଳରେ ବାଧ୍ୟ ହୋଇ ଗ୍ରାମବାସୀ ଭାରରେ ବୋହି ଆଣିଥିଲେ । କାଦୁଅ ଓ ନାଳ ରାସ୍ତା ପାର ହେବା ପରେ ରେଣ୍ଡିଗୁଡି ଛକକୁ ଆଣିଥିଲେ । ଏହାପରେ ସେଠାରୁ ଅଟୋ ରିକ୍ସା ସାହାଯ୍ୟରେ ବଡଗଡ ମେଡିକାଲକୁ ଅଣାଯାଇଥିଲା ।

ତେବେ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ଗାଁକୁ ସଂଯୋଗ ହୋଇପାରିଲା ନାହିଁ ପକ୍କା ରାସ୍ତା । ଫଳରେ ରୋଗୀଙ୍କ ଠାରୁ ଆରମ୍ଭ କରି ଗର୍ଭବତୀ ସମସ୍ତେ ଭାରରେ ବୁହା ହେଲେ ଯାଇ ହସ୍ପିଟାଲରେ ପହଞ୍ଚି ପାରୁଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details