ଓଡିଶା

odisha

ETV Bharat / state

ହଜାଇ ଦେଇଥିଲେ ଠିକଣା, ୪୦ ବର୍ଷ ପରେ ମାଟି ମାଡିଲେ ଗାଁର - ଗାଁ ନାଁ ଭୁଲି ଯାଇଥିବା ବୃଦ୍ଧ

ଭୁଲି ଯାଇଥିଲେ ନିଜ ନାଁ ଆଉ ହଜାଇ ଦେଇଥିଲେ ଠିକଣା । ଦୀର୍ଘ ୪୦ ବର୍ଷ ପରେ ଗାଁକୁ ଫେରିଲେ ୬୬ ବର୍ଷିୟ ବୃଦ୍ଧ । ଅଧିକ ପଢନ୍ତୁ...

ନିଶା ଦେଇ ବିଦେଶ ପଠାଇ ଥିଲେ ଶ୍ବଶୁର ଘର, ୪୦ ବର୍ଷ ପରେ ମାଟି ମାଡିଲେ ଗାଁର
ନିଶା ଦେଇ ବିଦେଶ ପଠାଇ ଥିଲେ ଶ୍ବଶୁର ଘର, ୪୦ ବର୍ଷ ପରେ ମାଟି ମାଡିଲେ ଗାଁର

By

Published : Jul 18, 2021, 10:12 AM IST

Updated : Jul 18, 2021, 10:39 AM IST

ବ୍ରହ୍ମପୁର: ଭୁଲି ଯାଇଥିଲେ ନିଜ ନାଁ ଆଉ ହଜାଇ ଦେଇଥିଲେ ଠିକଣା । ଦଇବ ଦେଲା ସାଥ୍, ଶେଷରେ ଦୀର୍ଘ ୪୦ ବର୍ଷ ପରେ ଗାଁକୁ ଫେରିଛନ୍ତି ଜଣେ ୬୬ ବର୍ଷିୟ ବୃଦ୍ଧ । ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ଯାଯାବର ଜୀବନ ବିତାଇ ଆସିଥିବା ଏହି ବୃଦ୍ଧ ଜଣକ ଶେଷରେ ଦୀର୍ଘ ବର୍ଷ ପରେ ଘର ବାହୁଡ଼ା ହେବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ନିଶା ଦେଇ ବିଦେଶ ପଠାଇ ଥିଲେ ଶ୍ବଶୁର ଘର, ୪୦ ବର୍ଷ ପରେ ମାଟି ମାଡିଲେ ଗାଁର

ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ପରିବର୍ତ୍ତେ ମହାରାଷ୍ଟ୍ରର ମୁମ୍ବାଇ ନିକଟବର୍ତ୍ତୀ ବ୍ରହ୍ମପୁରକୁ ଚାଲିଯାଇ ନିଜ ଠିକଣା ହଜାଇ ଦେଇଥିବା ଏହି ବୃଦ୍ଧ ସେଠାରେ ରହୁଥିବା ଏକ ବୃଦ୍ଧାଶ୍ରମରୁ ସ୍ଥାନୀୟ ପୋଲିସ ଓ ପ୍ରଶାସନର ସହଯୋଗରେ ନିଜ ଘରକୁ ଫେରିଛନ୍ତି । ଗଞ୍ଜାମ ଜିଲ୍ଲାର କେ.ନୂଆଗାଁ ଥାନା ଅନ୍ତର୍ଗତ ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡା ଗ୍ରାମର ସୀମାଞ୍ଚଳ ରଣା ୨୬ ବର୍ଷ ବୟସରେ ପାଟପୁର ନିକଟ ପଳାସପୁର ଗ୍ରାମରେ ବିବାହ କରିଥିଲେ । ମାତ୍ର ସୀମାଞ୍ଚଙ୍କର ନିଜ ଶ୍ବଶୁର ଘର ସହ ତିକ୍ତତା ଲାଗି ରହିଥିଲା ।

ଏହି ସମୟରେ ଦିନେ ଶ୍ୱଶୁର ଘର ପକ୍ଷରୁ ତାଙ୍କୁ ନିଶାଯୁକ୍ତ ଆଳୁଚପ ଖୁଆଇ ଚେତାଶୂନ୍ୟ ଅବସ୍ଥାରେ ଟ୍ରେନରେ ବସାଇ ଦେଇଥିଲେ ବୋଲି କୁହାଯାଉଛି । ତେବେ ଚେତା ଫେରିବାବେଳକୁ ସେ ମହାରାଷ୍ଟ୍ରରେ ପହଞ୍ଚି ସାରିଥିଲେ । ଗଞ୍ଜାମ ବ୍ରହ୍ମପୁର ବଦଳରେ ସେ ମହାରାଷ୍ଟ୍ରର ମୁମ୍ବାଇ ନିକଟ ବ୍ରହ୍ମପୁରରେ ରହିବା ସହିତ ଘର ଠିକଣା ଭୁଲିଯାଇ ଦୀର୍ଘ ୨୬ ବର୍ଷ ଧରି କୁଲିମଜୁରୀ କରି ସେଠାରେ ଚଳି ଆସୁଥିଲେ ।

ଏପରିକି କିଛିଦିନ ପାଇଁ ସେଠାରୁ ସେ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରକୁ ଚାଲି ଆସିଥିଲେ । ପୁଣି ସେଠାରୁ ମଧ୍ୟପ୍ରଦେଶ ଯାଇଥିଲେ । ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଯାଯାବର ଜୀବନ ଅତିବାହିତ କରୁ କରୁ ପହଞ୍ଚିଥିଲେ ଲେଣ୍ଡିପୁରା ବୃଦ୍ଧାଶ୍ରମରେ । ସେଠାରେ ରହୁଥିବା ସମୟରେ କୌଣସି କାରଣରୁ ପୋଲିସ ତାଙ୍କୁ ଧରିବା ସହ ଠିକଣା ପଚାରି ବୁଝିଥିଲା । ସହଦେବ ଟିକରପଡା ଗ୍ରାମର ପାଟପୁର ଥାନା, ଭୀଷ୍ମଗିରି ନିକଟ ସହଦେବ ଟିକରପଡାରେ ତାଙ୍କର ଘର ବୋଲି ସେ ମନେ ପକାଇ ପୋଲିସକୁ ଜଣାଇଥିଲେ ।

ପରେ ପୋଲିସ ଠିକଣା ବାବଦରେ ବୁଝିବା ପରେ ସ୍ଥାନୀୟ ପୋଲିସ ଓ ପ୍ରଶାସନର ସହଯୋଗରେ ଘରକୁ ଫେରିଛନ୍ତି ସୀମାଞ୍ଚଳ । ବୟସ ଅଧିକ ହୋଇ ଯାଇଥିବାରୁ ସୀମାଞ୍ଚଳ ରୋଗାଗ୍ରସ୍ତ ହୋଇପଡିଛନ୍ତି । ଆସିବା ସମୟରେ ସେଠାକାର ଜିଲ୍ଲାପାଳ ୧୦ ହଜାର ଓ ବୃଦ୍ଧାଶ୍ରମ ପକ୍ଷରୁ ସୀମାଞ୍ଚଳଙ୍କୁ ୫ ହଜାର ଟଙ୍କା ଦିଆଯାଇଛି । ସେ ଗ୍ରାମରେ ପହଞ୍ଚିଥିବା ପରେ ପରିବାରର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି । ଅନ୍ୟପଟେ ସୂଚନା ମୁତାବକ ସୀମାଞ୍ଚଳଙ୍କ ସ୍ତ୍ରୀ ନିଜ ବାପଘର ପଳାସପୁରରେ ରହୁ ଥିବାବେଳେ ତାଙ୍କର ଏକମାତ୍ର ଝିଅର ମୃତ୍ୟୁ ହୋଇସାରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jul 18, 2021, 10:39 AM IST

ABOUT THE AUTHOR

...view details