ଓଡିଶା

odisha

ETV Bharat / state

ଗଞ୍ଜାମରେ ୩ ଜିଲ୍ଲାର ପ୍ରଶାସନିକ ଅଧିକାରୀ, ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା - ଗଞ୍ଜାମରେ ୩ ଜିଲ୍ଲାର ପ୍ରଶାସନିକ ଅଧିକାରୀ

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କଲେ ତିନୋଟି ଜିଲ୍ଲାରୁ ଆସିଥିବା ଅଧିକାରୀ ଟିମ୍ । ଆଗକୁ ଏପରି ଅଧିକାରୀମାନେ ଜିଲ୍ଲାକୁ ଆସି ସରକାରୀ କାର୍ଯ୍ୟର ତଦାରଖ କରିବେ । ଅକ୍ଟୋବର ୨୬ ଯାଏ ଚାଲିବ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

ଗଞ୍ଜାମରେ ୩ ଜିଲ୍ଲାର ପ୍ରଶାସନିକ ଅଧିକାରୀ, ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା
ଗଞ୍ଜାମରେ ୩ ଜିଲ୍ଲାର ପ୍ରଶାସନିକ ଅଧିକାରୀ, ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

By

Published : Sep 23, 2021, 9:41 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ତିନୋଟି ଜିଲ୍ଲାରୁ ଆସିଥିବା ଅଧିକାରୀ ଟିମ୍ । ଗତ କିଛି ଦିନ ତଳେ ରାଜ୍ୟର ବିଭିନ୍ନ ଅଞ୍ଚଳର ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କ ପରେ ବର୍ତ୍ତମାନ ରାଜ୍ୟର ୨୯ଟି ଜିଲ୍ଲାର ସରକାରୀ ଅଧିକାରୀମାନେ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି ।

ଗଞ୍ଜାମରେ ୩ ଜିଲ୍ଲାର ପ୍ରଶାସନିକ ଅଧିକାରୀ, ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ଜିଲ୍ଲାରେ ଚାଲିଥିବା ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ସହ ବିକାଶମୂଳକ କାର୍ଯ୍ୟ ତଦାରଖ କରିଛନ୍ତି । ବୁଧବାର ପ୍ରଥମ ଦିନରେ ଖୋର୍ଦ୍ଧା, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ପହଞ୍ଚିବା ପରେ ତାଙ୍କୁ ଗଞ୍ଜାମ ଜିଲ୍ଲାର ସରକାରୀ ଓ ଅଧିକାରୀ ଓ କର୍ମଚାରୀମାନେ ଏଠାକାର ବିଦ୍ୟାଳୟର ସମ୍ପୂର୍ଣ୍ଣ ରୂପାନ୍ତରିକରଣ, ଏନ୍.ଆର୍.ଇ.ଜି.ଏସ୍ କାର୍ଯ୍ୟ ସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖାଇଛନ୍ତି । ପର୍ଯ୍ୟଟନ ଦୃଷ୍ଟିରୁ ତାମ୍ପରା ଓ ତାରାତାରିଣୀ, ମହୁରିକାଳୁଆ ଭଳି ପ୍ରମୁଖ ପର୍ଯ୍ୟଟନସ୍ଥଳକୁ ମଧ୍ୟ ଗ୍ରସ୍ତ କରିଛନ୍ତି । ଏହି ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ବିଭିନ୍ନ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ବିଡ଼ିଓ, ସହକାରୀ ଯନ୍ତ୍ରୀ, ପିଇଓ ଏବଂ ଅନ୍ୟ ପଦାଧିକାରୀମାନେ ସାମିଲ ଥିଲେ ।

ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାର ଏଭଳି ଅଧିକାରୀମାନେ ଜିଲ୍ଲାକୁ ଆସିବାର କାର୍ଯ୍ୟକ୍ରମ ରହିଛି । ଏହା ଅକ୍ଟୋବର ୨୬ ତାରିଖରେ ଶେଷ ହେବ । ୧୨ଟି ପର୍ଯ୍ୟାୟରେ ସମସ୍ତ ଟିମ୍‌ରେ ମୋଟ ୨୯ ଜିଲ୍ଲାର ୭୨୧ ଜଣ ଅଧିକାରୀ ଓ କର୍ମଚାରୀ ରହିବେ । ପୂଜା ଛୁଟିକୁ ବାଦ୍ ଦେଲେ ପ୍ରତି ଦୁଇ ତିନି ଦିନରେ ବିଭିନ୍ନ ଜିଲ୍ଲାରୁ ଏଭଳି ସରକାରୀ ଅଧିକାରୀମାନେ ଗ୍ରସ୍ତ କରିବେ । ଖୋର୍ଦ୍ଧା ଜିଲ୍ଲାରୁ ଆସିଥିବା ଏହି ପ୍ରତିନିଧି ଦଳ ଜିଲ୍ଲାର ଗଞ୍ଜାମ, ପୁରୁଷୋତ୍ତମପୁର, ହିଞ୍ଜିଳିକାଟୁ ଛତ୍ରପୁର ବ୍ଳକ୍‌ର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବାକୁ ଥିବାବେଳେ ବୌଦ୍ଧରୁ ଆସିଥିବା ଏହି ଟିମ୍ ଜିଲ୍ଲାର ରଙ୍ଗେଈଲୁଣ୍ଡା, କୁକୁଡାଖଣ୍ଡି, ଆସିକା, ଶେରଗଡ଼ ବ୍ଲକ୍‌ ଗସ୍ତ କରି ଛତ୍ରପୁର ଫେରିବେ ।

ସେହିପରି ଅନ୍ୟ ଏକ ଟିମ୍ କଳାହାଣ୍ଡିରୁ ଆସିଥିବା ଅଧିକାରୀମାନେ ଦିଗପହଣ୍ଡି, ସାନଖେମୁଣ୍ଡି ଏବଂ ଶେରଗଡ଼ ବ୍ଲକର ସ୍କୁଲ ରୂପାନ୍ତରଣ, ଆଦର୍ଶ ପୋଖରୀ, ମିଶନ୍ ଶକ୍ତି ଗୃହ, ପର୍ଯ୍ୟଟନସ୍ଥଳୀ, ମହିଳା ସଙ୍ଘ ଦ୍ୱାରା ଗୁଡ଼ ଉତ୍ପାଦନ ସହିତ ଜିଲ୍ଲାରେ ହୋଇଥିବା ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ବୁଲି ଦେଖିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details