ବ୍ରହ୍ମପୁର : ବିନା ଅନୁମତିରେ ବହୁତଳ କୋଠା ନିର୍ମାଣ । କୋଠା ନିର୍ମାଣ କରିଥିବା ଖିଲାପକାରୀଙ୍କୁ ନୋଟିସ୍ କରିଛି ବ୍ରହ୍ମପୁର ମହାନଗର ନିଗମ । ସହରର କେତେକ ବ୍ୟବସାୟିକ ପ୍ରତିଷ୍ଠାନ ବିନା ଅନୁମତିରେ ସପିଙ୍ଗ୍ ମଲ ଠାରୁ ଆରମ୍ଭ କରି ପ୍ରତିଷ୍ଠିତ ବ୍ୟବସାୟ କରି ଆସୁଛନ୍ତି । ଏହାକୁ ନେଇ ତିନୋଟି କାଟୋଗୋରୀରେ ଖିଲାପକାରୀଙ୍କ ତାଲିକା ପ୍ରସ୍ତୁତ କରିଛି ନିଗମ । ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ନିଗମ କମିଶନର ଜେ.ସୋନାଲ ।
ବ୍ରହ୍ମପୁର ସହରରେ ଗଢି ଉଠିଥିବା ଅନେକ ବଡ ବଡ କୋଠା ଗୁଡିକ ବିନା ଅନୁମତିରେ ବର୍ଷ ବର୍ଷ ଧରି ନିର୍ଭୟରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ କରି ବ୍ୟବସାୟ କାରବାର ହେଉଛି । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇ ଆସୁଥିଲା । ଶେଷରେ ନିଗମ ପକ୍ଷରୁ ବିନା କୌଣସି ଆବେଦନ ନକରି ବିନା ଅନୁମତିରେ ନିର୍ମାଣ କରିଥିବା ୨୮ ଗୋଟି କୋଠାକୁ ଚିହ୍ନଟ କରି ନୋଟିସ୍ ପଠାଇଛି ।
୧୧୨ ଗୋଟି ମାମଲାରେ ଅନୁମତି ପାଇଁ ରହିଥିବା ନିର୍ଦ୍ଧେଶନାମାରେ କେତେକ ପରିବର୍ତ୍ତନ କରି ବ୍ୟବସାୟିକ ପ୍ରତିଷ୍ଠାନ କରିଥିବା ଏବଂ ୬୫ ଗୋଟି ମାମଲା ଓକ୍ୟୁପେନ୍ସି ପ୍ରମାଣପତ୍ର ଦାଖଲ କରିନଥିବା ନେଇ P&BSR Section 1/8(8) (Planning & Building Standard Reles)/ Odisha Development Authority Act , Section 17,90 &91(ODA rules) ନୋଟିସ୍ ଜାରି ରହିଛି ।