ବ୍ରହ୍ମପୁର: ବିଦେଶରେ ନିଯୁକ୍ତି କରାଇଦେବା ନାରେ ଠକେଇ । ବ୍ରହ୍ମପୁର ସହରର ବହୁ ଯୁବକଙ୍କ ଠାରୁ ଠକେଇ କରାଯିବା ଘଟଣାରେ ରାଜ୍ୟ ବାହାରକୁ ଯାଇ ତାମିଲନାଡୁ ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି ବ୍ରହ୍ମପୁର ପୋଲିସ । ବ୍ରହ୍ମପୁର ସହରର ବଡବଜାର ଥାନା ଅନ୍ତର୍ଗତ ହର୍ଷବିହାର ଚତୁର୍ଥ ଲାଇନର ମାନସ ରଞ୍ଜନ ମହାନ୍ତି ନାମକ ଯୁବକ ଜଣଙ୍କ ଏଭଳି ଠକାମୀର ଶିକାର ହୋଇଥିବା ନେଇ ଗତ ମାର୍ଚ୍ଚ ମାସର ୩୧ ତାରିଖରେ ବଡବଜାର ଥାନାରେ ଏତଲା ଦେଇଥିଲେ ।
ପୂର୍ବରୁ ଏହି ମାମଲାରେ ସଂପୃକ୍ତ ଅନ୍ୟତମ ଅଭିଯୁକ୍ତକୁ ପୋଲିସ ରାଜଧାନୀ ଭୁବନେଶ୍ଵରର ସଞ୍ଜୟ ଜେନାଙ୍କୁ ପୋଲିସ ଗିରଫ କରିଥିଲା । ହେଲେ ଏହି ଘଟଣାକୁ ଅଧିକ ଖୋଳତାଳ କରିବା ପରେ ଏହି ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଜଣଙ୍କ ତାମିଲନାଡ଼ୁ ରାଜ୍ୟର ଚୁଡ଼ାଲୋର ଜିଲ୍ଲା ଟିଟାକୁଡି ଅଞ୍ଚଳର ପେରିୟାର ନଗରରେ ରହୁଥିବା ୪୫ ବର୍ଷୀୟ ସୁବ୍ରମନ୍ୟନ୍ ବୀରସ୍ୱାମୀ ବୋଲି ପୋଲିସ ଜାଣିବାକୁ ପାଇଥିଲା । ପରେ ସେଠାକୁ ଯାଇ ପୋଲିସ ତାଙ୍କୁ ଗିରଫ କରିବା ସହ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଇ ଟ୍ରାନ୍ଜିଟ୍ ରିମାଣ୍ଡରେ ଅଣାଯାଇ ବ୍ରହ୍ମପୁର ଏସ୍ଡ଼ିଜେଏମ୍ କୋର୍ଟରେ ହଜାର କରିଛି ପୋଲିସ ।