ଓଡିଶା

odisha

ETV Bharat / state

ମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା, ଦୁଇ ଅଭିଯୁକ୍ତ ଗିରଫ - ମହିଳାଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅଞ୍ଚଳରେ ମାଟିତଳୁ ମହିଳାଙ୍କ ଅର୍ଦ୍ଧନଗ୍ନ ମୃତଦେହ ଉଦ୍ଧାର ଘଟଣା । ହତ୍ୟା କରି ପୋତିଥିବା ଦୁଇ ଅଭିଯୁକ୍ତ ଗିରଫ କଲା ପୋଲିସ । ଅଧିକ ପଢ଼ନ୍ତୁ

ମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା
ମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା

By

Published : Aug 2, 2023, 10:49 PM IST

ମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅଞ୍ଚଳରେ ମାଟିତଳୁ ମହିଳାଙ୍କ ଅର୍ଦ୍ଧନଗ୍ନ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କଲା ହିଞ୍ଜିଳି ଥାନା ପୋଲିସ । ହତ୍ୟା କରି ପୋତିଦେଇଥିବା ଅଭିଯୋଗରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ହତ୍ୟାରେ ବ୍ୟବହୃତ ସାମଗ୍ରୀ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରହିଥିବା ଆସିକା ଏସଡିପିଓ ସୂଚନା ଦେଇଛନ୍ତି ।

ଗତ 30 ତାରିଖ ଦିନ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବୋରିଗାଁ ପଞ୍ଚାୟତର ମହୁଲପଲ୍ଲୀ ଗ୍ରାମର ଏକ ଘରୋଇ ଶ୍ମଶାନରେ ଜଣେ ମହିଳାଙ୍କୁ ପୋତା ହୋଇଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାଜିଷ୍ଟେଟଙ୍କ ଉପସ୍ଥିତିରେ ମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ ମହିଳା ଜଣକ ପାଟପୁର ଥାନା ଅନ୍ତର୍ଗତ ଜୟ ନଗର ଗ୍ରାମର 25 ବର୍ଷୀୟ ବିବାହିତ ମହିଳା ବର୍ଷାରାଣୀ ପୁରୋହିତ ବୋଲି ଜଣାପଡ଼ିଥିଲା । ମୃତଦେହରେ ଆଘାତ ଚିହ୍ନ ରହିଥିବାରୁ ପୋଲିସ ଏନେଇ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ହତ୍ଯା ଘଟଣାର ପ୍ରାଥମିକ ତଦନ୍ତରେ ନିମଖଣ୍ଡି ଥାନା ଅନ୍ତର୍ଗତ ଗୁରୁଣ୍ଡି ଗ୍ରାମର ସନ୍ତୋଷ ବେହେରା ଏବଂ ସୁଶାନ୍ତ ବେହେରାଙ୍କୁ ପୋଲିସ ଅଟକ ରଖି ପଚାରାଉଚରା କରିଥିଲା । ସେମାନେ ହିଁ ହତ୍ୟା କରିଥିବା ସ୍ୱୀକାର କରିଥିବା ପୋଲିସ ସୂଚନା ଦେଇଛି । ପୋଲିସ ସେମାନଙ୍କୁ ଗିରଫ କରିଥିବା ବେଳେ ଘଟଣାର ସିନ୍‌ ରିକ୍ରିଏସନ କରାଇଛି । ହତ୍ୟାକାଣ୍ଡରେ ବ୍ୟବହୃତ ପାସେଞ୍ଜର ଅଟୋ, ମୋଟର ସାଇକେଲ, ହାତୁଡି, ମହିଳାଙ୍କ ମୋବାଇଲ ସହ ଅନ୍ୟ ଜିନିଷ ପୋଲିସ ଜବତ କରିଛି ।

ଏହା ମଧ୍ୟ ପଢ଼ନ୍ତୁ:ଗୁଣି ଗାରେଡ଼ି ସନ୍ଦେହରେ ଟାଙ୍ଗିଆରେ ହାଣି ହତ୍ୟା, ଅଭିଯୁକ୍ତ ଗିରଫ

ମୃତ ମହିଳାଙ୍କ ଭାଇଙ୍କ କହିବା ଅନୁଯାୟୀ, "ବର୍ଷାରାଣୀ ପୁରୋହିତ ପୂର୍ବରୁ ପଳାସପୁର ଗ୍ରାମର ସନ୍ତୋଷ ତ୍ରିପାଠୀଙ୍କୁ ବିବାହ କରିଥିଲେ। କିନ୍ତୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବାରମ୍ୱାର ପାଟିତୁଣ୍ଡ ଏବଂ ମନମାଳିନ୍ୟ ଯୋଗୁଁ କୋର୍ଟରେ ଛାଡ଼ପତ୍ର ଅପିଲ ହୋଇଛି । ଏହାପରେ ସେ ଶେରଗଡ଼ଠାରେ ହୋଟେଲ ମ୍ଯାନେଜମ୍ୟାଣ୍ଟ ଶିକ୍ଷା ଶେଷ କରି ତାଲିମ ପାଇଁ ହାଇଦ୍ରାବାଦ ଯାଇ ସେଠାରେ କାର୍ଯ୍ୟ କରୁଥିଲେ । ସେଠାରେ ପ୍ରଶାନ୍ତ ବେହେରା ନାମଙ୍କ ଯୁବକଙ୍କ ସହିତ ବର୍ଷାରାଣୀଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ଏକା ସାଙ୍ଗରେ ରହି ଆସୁଥିଲେ । ଏହି କଥା ବର୍ଷା ନିଜ ଭାଇ ଓ ଘର ଲୋକଙ୍କୁ ମଧ୍ୟ ଜଣାଇଥିଲେ । ହେଲେ କିଛି ଦିନ ମଧ୍ଯରେ ବର୍ଷା ବିବାହ ପାଇଁ ସନ୍ତୋଷଙ୍କୁ କହିଥିଲେ । ଏ ସମ୍ପର୍କରେ ସନ୍ତୋଷ ତାଙ୍କ ଘର ଲୋକଙ୍କୁ କହିବାରୁ ସେମାନଙ୍କ ଭାଇ ଏହାକୁ ଗ୍ରହଣ ନକରି ବିରୋଧ କରୁଥିଲେ । ଯାହାକୁ ନେଇ ନିମଖଣ୍ଡି ଥାନାରେ ବର୍ଷା ଅଭିଯୋଗ କରିଥିଲେ । ଥାନା ପକ୍ଷରୁ ଉଭୟ ପକ୍ଷକୁ ଡାକି ବିବାହ ସର୍ତ୍ତରେ ଛାଡିଥିଲେ । ହେଲେ ପରବର୍ତ୍ତୀ ଅବସ୍ଥାରେ ବର୍ଷାର ମୃତଦେହ ଠାବ ହୋଇଥିଲା ।" ସେପଟେ ଏହି ଘଟଣାରେ ଆଉ କିଏ ସମ୍ପୃକ୍ତ ରହିଛନ୍ତି ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details