ଓଡିଶା

odisha

ETV Bharat / state

Polasara Firing Case: ଶାଳକ ଶ୍ବଶୁରକୁ ଗୁଳିମାଡ ଘଟଣାରେ ଅଭିଯୁକ୍ତ ଗିରଫ - ଶାଶକର ଶ୍ବଶୁରକୁ ଗୁଳି କରି ହତ୍ୟା

ପୋଲସରାରେ ଶାଳକର ଶ୍ବଶୁରକୁ ଗୁଳି କରି ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

ଶାଳକର ଶ୍ବଶୁରକୁ ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ
ଶାଳକର ଶ୍ବଶୁରକୁ ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ

By

Published : Jul 14, 2023, 7:56 AM IST

Updated : Jul 14, 2023, 2:30 PM IST

Polasara Firing Case

ବ୍ରହ୍ମପୁର: ପାରିବାରିକ କଳହକୁ କେନ୍ଦ୍ରକରି ଗଞ୍ଜାମ ଜିଲ୍ଲା ପୋଲସରାରେ ଗୁଳିକାଣ୍ଡ ଘଟଣା । ନିଜ ଶାଳକର ଶ୍ବଶୁରକୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଭିଯୁକ୍ତ ପ୍ରଶାନ୍ତ ବେହେରା ଫେରାର୍ ହୋଇଯାଉଥିବା ବେଳେ ଗତକାଲି(ଗୁରୁବାର) ପୋଲିସ ପିଛା କରି ତାକୁ ଧରିବାରେ ସଫଳ ହୋଇଛି । ତା' ନିକଟରୁ ଗୋଟିଏ ଲାଇସେନ୍ସପ୍ରାପ୍ତ ବନ୍ଧୁକ ସହ ୨୩ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି । ତେବେ ଅଭିଯୁକ୍ତ ଜଣକ ଅବସରପ୍ରାପ୍ତ ସେନା କର୍ମଚାରୀ ହୋଇଥିବା ଜଣାପଡିଛି । ସେ ନିଜ ଶାଳକର ଶ୍ବଶୁରକୁ ଗୁଳି କରି ହତ୍ୟା କରିଥିଲା । ଏନେଇ ପୋଲସରା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସମ୍ପତ୍ତି ଭାଗ ବଣ୍ଟନକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି ।

ସୂଚନା ଅନୁଯାୟୀ, ଗତ ବୁଧବାର ରାତିରେ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ବ୍ଳକ ଛକରେ ଏହି ଗୁଳିମାଡ ଘଟିଥିଲା । ବାଲିପଦର ଥାନା ଅନ୍ତର୍ଗତ ଝୋଲରୀ ଗ୍ରାମର ପ୍ରଶାନ୍ତ ବେହେରା ନିଜ ଶାଳକର ଶ୍ବଶୁର କୋମାଣ୍ଡ ଗ୍ରାମର ବିଜୟ ବେହେରାଙ୍କୁ ଗୁଳି କରିଥିଲା । ଗୁଳିମାଡରେ ବିଜୟଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅ ଗାୟତ୍ରୀ ଆହତ ହୋଇଥିଲେ । କିଛି ଦିନ ହେବ ଗାୟତ୍ରୀଙ୍କ ଶାଶୁଘରେ ସମ୍ପତ୍ତିକୁ ନେଇ ବିବାଦ ଲାଗି ରହିଥିଲା । ଏହାର ସମାଧାନ କରିବା ଲାଗି ଝିଅ ଘରକୁ ଆସିଥିଲେ ବାପା ବିଜୟ କୁମାର । ଏହି ସମୟରେ କୌଣସି କଥାକୁ ନେଇ ମନୋମାଳିନ୍ୟ ହୋଇଥିଲା । ଉତକ୍ଷିପ୍ତ ହୋଇ ପ୍ରଶାନ୍ତ ବିଜୟଙ୍କୁ ଗୁଳି କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଶାଳକର ଶ୍ବଶୁରକୁ ଜ୍ବାଇଁ ହତ୍ୟା କରିବା ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ଏହାମଧ୍ୟ ପଢନ୍ତୁ: ଶାଳକର ଶ୍ବଶୁରକୁ ଗୁଳି କରି ହତ୍ୟା, ସମ୍ପତ୍ତି ବିବାଦ ସମାଧାନ କରିବାକୁ ଆସି ଗଲା ଜୀବନ

ଏହାମଧ୍ୟ ପଢନ୍ତୁ: ଧାନ ତଳି ଖାଇଲା ଗାଈ: କହିବାରୁ ଜମି ମାଲିକକୁ ହତ୍ୟା କଲେ ଦମ୍ପତି

ଏହି ଗୁଳିମାଡ ପରେ ଅଭିଯୁକ୍ତ ପ୍ରଶାନ୍ତ ବେହେରା ଫେରାର୍ ହୋଇଯିବାକୁ ଉଦ୍ୟମ କରିଥିଲା । ହେଲେ ପୋଲିସ ଗତକାଲି ତା'ର ପିଛା କରି ତାକୁ ଗିରଫ କରିଛି । ତା ନିକଟରୁ ଏକ ଲାଇସେନ୍ସପ୍ରାପ୍ତ ବନ୍ଧୁକ, ୨୩ ରାଉଣ୍ଡ ଜୀବନ୍ତ ଗୁଳି ସହ ଏକ ଭୁଜାଲି ଜବତ କରାଯାଇଥିବା ପୋଲସରା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Jul 14, 2023, 2:30 PM IST

ABOUT THE AUTHOR

...view details