ଓଡିଶା

odisha

ଗଞ୍ଜାମରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ

By

Published : Nov 21, 2020, 6:53 PM IST

Updated : Nov 21, 2020, 7:51 PM IST

ଗଞ୍ଜାମରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବସଟି କବିସୂର୍ଯ୍ୟନଗରରୁ ଆସିକା ଅଭିମୁଖେ ଯାତ୍ରା କରୁଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଗଞ୍ଜାମରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ
ଗଞ୍ଜାମରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ

ଭଞ୍ଜନଗର: ଗଞ୍ଜାମରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ପୋଖରୀକୁ ଖସିପଡିଛି ଏକ ଯାତ୍ରୀବାହି ବସ୍ । ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀମାନେ । ଖବର ପାଇ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଗଞ୍ଜାମରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ

ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ଆସିକା କୋଟିନଡା ନୂଆଁପାଲି ଗାଁ ନିକଟରେ ଏକ ଯାତ୍ରୀବାହୀ ମିନିବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି କବିସୂର୍ଯ୍ୟନଗରରୁ ଆସିକା ଅଭିମୁଖେ ଯାତ୍ରା କରୁଥିଲା । ଏହିସମୟରେ ଭାରସାମ୍ୟ ହରାଇ ବସଟି ରାସ୍ତା ପାର୍ଶ୍ବରେ ଥିବା ଏକ ପୋଖରୀକୁ ଓଲଟି ପଡିଛି । ତେବେ ଏକ ନିଶ୍ଚିତ ବିପଦ ମୁଖରୁ ଯାତ୍ରୀମାନେ ବର୍ତ୍ତିଯାଇଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଡ୍ରାଇଭର ଓ ହେଲ୍ପର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି । ଖବର ପାଇ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

Last Updated : Nov 21, 2020, 7:51 PM IST

ABOUT THE AUTHOR

...view details