ଓଡିଶା

odisha

ETV Bharat / state

ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫକୁ ବିରୋଧ କରି ଏବିଭିପିର ପ୍ରତିବାଦ - Arnab Goswami's arrest effect in odisha

ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫଦାରୀକୁ ନେଇ ଖଲ୍ଲିକୋଟ ମହାବିଦ୍ୟାଳୟ ସାମ୍ନାରେ ପ୍ରତିବାଦ କଲା ଏବିଭିପି । ପଢନ୍ତୁ ଅଧିକ.....

ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫଦାରୀକୁ ବିରୋଧ କରି ଏବିଭିପିର ପ୍ରତିବାଦ
ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫଦାରୀକୁ ବିରୋଧ କରି ଏବିଭିପିର ପ୍ରତିବାଦ

By

Published : Nov 5, 2020, 10:03 PM IST

ବ୍ରହ୍ମପୁର: ଜାତୀୟ ଗଣମାଧ୍ୟମ ସଂସ୍ଥା ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ମହାରାଷ୍ଟ୍ର ପୋଲିସ ଅତର୍କିତ ଭାବେ ଗିରଫ କରିବା ଘଟଣାକୁ ଅଗଣତାନ୍ତ୍ରିକ ବୋଲି କହି ପ୍ରତିବାଦ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ବ୍ରହ୍ମପୁର ଶାଖା । ଏନେଇ ଖଲ୍ଲିକୋଟ ମହାବିଦ୍ୟାଳୟ ସମ୍ମୁଖରେ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି ।

ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫଦାରୀକୁ ବିରୋଧ କରି ଏବିଭିପିର ପ୍ରତିବାଦ

ଅର୍ଣ୍ଣବ ଜଣେ ବରିଷ୍ଠ ତଥା ପ୍ରତିଷ୍ଠିତ ସାମ୍ବାଦିକ ହୋଇଥିବାବେଳେ ମହାରାଷ୍ଟ୍ର ସରକାର ତାଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ଏପରି କରୁଥିବା ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । ଏପରି କାର୍ଯ୍ୟାନୁଷ୍ଠାନ ସମ୍ଭିଧାନର ଚତୁର୍ଥସ୍ତମ୍ଭ ତଥା ଗଣମାଧ୍ୟମର କଣ୍ଠରୋଧ ଓ ସ୍ବାଧୀନତା ଉପରେ ଶକ୍ତ କୁଠାରଘାତ ବୋଲି ସଙ୍ଗଠନର ବହୁ କର୍ମକର୍ତ୍ତା କ୍ଷୋଭ ପ୍ରକାଶ କରିଛନ୍ତି । ସେହିପରି ମୁକ୍ତ ଗଣମାଧ୍ୟମକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ମହାରାଷ୍ଟ୍ର ସରକାରଙ୍କ ଏହା ଏକ ପ୍ରତିଶୋଧ ପରାୟଣ ପଦକ୍ଷେପ ବୋଲି ସଂଗଠନ କହିଛି ।

ଏବିଭିପି ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ରଙ୍କ ନେତୃତ୍ବରେ ଆୟୋଜିତ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ରାଜ୍ୟ ଉପ ସଭାପତି ଶିବପ୍ରସାଦ ତ୍ରିପାଠୀ , ନଗର ସଂଗଠନ ବିସ୍ତାରକ ଯୁଧିଷ୍ଠିର ବେହେରା, ଜିଲ୍ଲା ସଂଯୋଜକ କୃଷ୍ଣଚନ୍ଦ୍ର ପୋଲାଈ ଓ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ପ୍ରତିବାଦ କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details