ଭଞ୍ଜନଗର: ଆର୍ଥିକ ଅନଟନର ଅକୁହା ଯନ୍ତ୍ରଣା । ଯେଉଁଠି ଦାରିଦ୍ର୍ୟତାର କଷାଘାତରେ ଦହଗଞ୍ଜ ହେଉଛି ଅନିତାଙ୍କ ଜୀବନ । ଯମ ଯନ୍ତ୍ରଣା ଠାରୁ କିଛି କମ ନୁହେଁ ତାଙ୍କ ଜୀବନ । ଦଇବର ଦାଉକୁ, ଦାରୁଣ ଦୁଃଖ ସହି ନ ପାରି ହେବାରୁ ମୁଖ୍ୟମନ୍ତ୍ରୀଙ୍କୁ ମାଗିଛନ୍ତି ଇଚ୍ଛାମୃତ୍ୟୁ । ଆମେ କହୁଛୁ ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ରାମଗୁଡା ଗାଁର ଅନିତା ପ୍ରଧାନଙ୍କ ଅସରନ୍ତି ଦୁଃଖର କଥା ।
ଆର୍ଥିକ ଅଭାବରୁ ଚିକିତ୍ସା କରାଇ ନ ପାରି ବର୍ଷେ ତଳେ ଦୁଇ ପୁଅ-ଝିଅକୁ ହରାଇଛନ୍ତି ଅନିତା । ମଜୁରିଆ ସ୍ବାମୀ 2 ଦିବ୍ୟାଙ୍ଗ ପିଲାଙ୍କୁ ଚିକିତ୍ସା କରିପାରିଲେନି । ଆଉ ଅବେଳରେ ଦୁଇ ସନ୍ତାନ୍ତଙ୍କୁ ହରାଇ ଅସହ୍ୟ ଯନ୍ତ୍ରଣାରେ ଛପଟପ ହେଉଛନ୍ତି ଅନିତା । ହେଲେ ଏଇଠି ସରିନି ଦଇବର କଷଣ । ଗରିବ ବୋଲି ପ୍ରତିମୁହୂର୍ତ୍ତରେ ଭୋଗି ଚାଲିଛନ୍ତି କଷ୍ଟ । ଦୁଇ ପିଲାଙ୍କୁ ଝୁରି ଝୁରି ଅନିତାଙ୍କ ଖାଦ୍ୟନଳୀ ଶୁଖିଯାଇଛି । ଖାଦ୍ୟନଳୀ ଅଚଳ ହୋଇଯିବାରୁ କରଜ କରି ସ୍ବାମୀ ଶିବ ପ୍ରଧାନ ଏମ୍ସରେ ଅପରେସନ କରାଇଥିଲେ । ଏବେ ନଳୀ ମାଧ୍ୟମରେ ପେଟକୁ ଖାଦ୍ୟ ଯାଉଛି । ହେଲେ ଅଧିକ ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ ।