ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ବ୍ଲକର ବୁରୁଝରି ପଞ୍ଚାୟତକୁ ଆଗାମୀ ଏକ ସପ୍ତାହ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି । ପଞ୍ଚାୟତର ସରପଞ୍ଚ ଏଭଳି ପଦକ୍ଷେପ ନେଇଥିବା ବେଳେ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଏହାକୁ ପଞ୍ଚାୟତରେ ଘୋଷଣା କରାଯାଇଛି ।
ଗଞ୍ଜାମ ଜିଲ୍ଲାକୁ ଏହି ଲକଡାଉନ ସମୟରେ ବିଭିନ୍ନ ରାଜ୍ୟରେ ରହିଥିବା ପ୍ରବାସୀ ଓଡିଆ କ୍ରମାଗତ ଭାବରେ ଆସୁଥିଲେ । ତେଣୁ ଏହି ପଞ୍ଚାୟତରେ କୋରୋନାର ଚେନକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ ପଞ୍ଚାୟତ ବାସିନ୍ଦାମାନଙ୍କୁ ଅଧିକ ସତର୍କ ରହିବାକୁ ଏଭଳି ପଦକ୍ଷେପ ନିଆଯାଇଛି ।
ବୁରୁଝରି ପଞ୍ଚାୟତରେ ଏକ ସପ୍ତାହ ପାଇଁ ସଟଡାଉନ ଘୋଷଣା ଜିଲ୍ଲାର ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବୁରୁଝରି ପଞ୍ଚାୟତରେ ଗତ ତିନି ଦିନ ମଧ୍ୟରେ ପାଞ୍ଚ ଜଣଙ୍କୁ କୋଭିଡ଼ ହସ୍ପିଟାଲକୁ ନିଆଯାଇଥିଲା । ଏନେଇ ସନ୍ଧ୍ୟା ସମୟରେ ଏହି ସଟଡାଉନ ଘୋଷଣା କରାଯାଇଥିବା ବେଳେ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ସରପଞ୍ଚ କସ୍ତୁରୀ ପରିଡା ପଞ୍ଚାୟତର ସମସ୍ତ ଗ୍ରାମକୁ ସଟଡାଉନ ଘୋଷଣା କରିଛନ୍ତି l
ମଙ୍ଗଳବାର ସକାଳୁ ସ୍ଥାନୀୟ ଜନସାଧାରଣମାନଙ୍କୁ ସଚେତନ କରାଇବା ସହ ଏକ ସପ୍ତାହ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରି ମହଜୁଦ ରଖିବା ପାଇଁ ମଧ୍ୟ ଏହି ଘୋଷଣା କରାଯାଇଛି l ଏହି ପଞ୍ଚାୟତ ଅଧୀନରେ ବୁରୁଝରି, ପି. ନୁଆଗାଁ, କନିଆରିବାଡ଼ି ଭଳି ପ୍ରଭୃତି ଗାଁ ଆସୁଥିବା ବେଳେ ସମସ୍ତ ଗ୍ରାମରେ ଏହି ସଟଡାଉନ କଡାକଡି ଭାବେ ପାଳନ ହେବ ବୋଲି ସେ ପ୍ରକାଶ କରିଛନ୍ତି l
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ