ଓଡିଶା

odisha

ETV Bharat / state

ଶୋଇବା ଘରୁ ଦଶ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର - ଗୁରୁଝରି ଗ୍ରାମ

ଗଞ୍ଜାମ ଜିଲ୍ଲାର ଖଲିକୋଟ ରେଞ୍ଜ ଅଧିନସ୍ଥ ବେଗୁନିଆପଡ଼ା ଅନ୍ତର୍ଗତ ଗୁରୁଝରି ଗ୍ରାମରୁ ଦଶ ଫୁଟ ଲମ୍ବର ଅହିରାଜ ସାପକୁ ଉଦ୍ଧାର କରାଯାଇଛି । ଗ୍ରାମର ଧନୁର୍ଦ୍ଧର ମହାନ୍ତିଙ୍କ ଶୋଇବା ଘରେ ଏଭଳି ଏକ ଅହିରାଜ ସାପ ଉଦ୍ଧାର ହୋଇଛି। ଅଧିକ ପଢ଼ନ୍ତୁ...

ଗୁରୁଝରି ଗ୍ରାମରୁ ଦଶ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର
ଗୁରୁଝରି ଗ୍ରାମରୁ ଦଶ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

By

Published : Mar 30, 2021, 11:00 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଖଲିକୋଟ ରେଞ୍ଜ ଅଧିନସ୍ଥ ବେଗୁନିଆପଡ଼ା ଅନ୍ତର୍ଗତ ଗୁରୁଝରି ଗ୍ରାମରୁ ଦଶ ଫୁଟ ଲମ୍ବର ଅହିରାଜ ସାପକୁ ଉଦ୍ଧାର କରାଯାଇଛି । ଗୁରୁଝରି ଗ୍ରାମର ଧନୁର୍ଦ୍ଧର ମହାନ୍ତିଙ୍କ ଶୋଇବା ଘର ଭିତରୁ ଏଭଳି ଏକ ଅହିରାଜ ସାପ ଉଦ୍ଧାର ହୋଇଛି। ସାପଟି ଘର ଭିତର କାନ୍ଥରେ ରହିଥିବା ଖାଲୁଆ ସ୍ଥାନରେ ରହିଥିବା ଦେଖିବାକୁ ମିଳିଥିଲା। ଏହାପରେ ସ୍ନେକ ହେଲ୍ପଲାଇନକୁ ଖବର ଦିଆଯାଇଥିଲା।

ଗୁରୁଝରି ଗ୍ରାମରୁ ଦଶ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

ସ୍ନେକ ହେଲ୍ପଲାଇନ ସଦସ୍ୟ ସ୍ବପ୍ନାଲୋକ ମିଶ୍ର ଏବଂ ମିହିର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି 10 ଫୁଟ ଲମ୍ବର ଅହିରାଜ ସାପଟିକୁ ଉଦ୍ଧାର କରିଥିଲେ। ସେ ଅତ୍ୟନ୍ତ ସତର୍କତାର ସହିତ ସାପଟିକୁ ଉଦ୍ଧାର କରିବା ସହ ଏକ ଲମ୍ବା ବ୍ୟାଗରେ ଭର୍ତ୍ତି କରିଥିଲେ। ଏହାପରେ ସ୍ଥାନୀୟ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଅହିରାଜ ସାପଟିକୁ ନିକଟବର୍ତ୍ତୀ ଜଙ୍ଗଲ ମଧ୍ୟରେ ଛାଡ଼ି ଦିଆଯାଇଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details