ବ୍ରହ୍ମପୁର:ବ୍ରହ୍ମପୁର ସହରରେ ଶୁଭାରମ୍ଭ ହୋଇଯାଇଛି ବରିଷ୍ଠ ନାଗରିକଙ୍କ ଘରକୁ ଘର ବୁଲି ଟିକାଦାନ କରିବା ପାଇଁ ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର ଗାଡି । ଏଥିରେ ଟିକାଦାନ କରିବାକୁ ରହିଥିବା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଫୋନ ମାଧ୍ଯମରେ ବୁକିଙ୍ଗ୍ କରିଥିବା ବରିଷ୍ଠ ନାଗରିକଙ୍କ ସମେତ ଭିନ୍ନକ୍ଷମ ଓ ଶଯ୍ୟାଶାୟୀ ବ୍ଯକ୍ତି ବିଶେଷଙ୍କ ଘରେ ପହଞ୍ଚି ଏହି ଟିକାଦାନ କରିବ ।
ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ମହାନଗର ନିଗମର କମିଶନର ସିଦ୍ଧେଶ୍ୱର ବଳିରାମ ବନ୍ଦୋରଙ୍କ ଉପସ୍ଥିତିରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସେପଟେ ଲୋକଙ୍କ ପାଖକୁ ଯାଇ ଏଭଳି ଟିକା ଦାନ କରାଯିବା ଅତ୍ୟନ୍ତ ସ୍ୱାଗତ ଯୋଗ୍ଯ ପଦକ୍ଷେପ ବୋଲି କୁହାଯାଇଥିବା ବେଳେ ବ୍ରହ୍ମପୁର ମହାନଗର ନିମଗ ପକ୍ଷରୁ ପ୍ରତ୍ୟେକ ଦିନ ସକାଳ 8ଟାରୁ ଦିନ 12ଟା ପର୍ଯ୍ୟନ୍ତ ସମୟରେ ଏଥିପାଇଁ ଏକ ସ୍ୱତନ୍ତ୍ର ମୋବାଇଲ ନମ୍ୱର 7328099324 ଜାରି କରାଯାଇଛି ।