ବ୍ରହ୍ମପୁର: ଗଞ୍ଜାମରେ କୋରୋନା ମୁକାବିଲା ପାଇଁ ପହଞ୍ଚିଲା ସ୍ୱାସ୍ଥ ବିଭାଗର ସ୍ୱତନ୍ତ୍ର ଟିମ୍ । ରାଜ୍ୟର ଗଞ୍ଜାମ ଜିଲ୍ଲାରେ ବହୁ ସୁରଟ ଫେରନ୍ତା ପ୍ରବାସୀ ଓଡିଆ କୋରୋନା ପଜିଟିଭ ବାହାରିବା ପରେ ସରକାରଙ୍କ ଚିନ୍ତା ବଢିଯାଇଛି । ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି । ତେବେ ଜିଲ୍ଲାରେ ଏହି ସ୍ଥିତିକୁ ଅନୁଧ୍ୟାନ କରିବା ସହ କିଭଳି ଏହାର ମୁକାବିଲା କରାଯିବ ସେ ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ WHOର ଆଠ ଜଣିଆ ଏକ ସ୍ୱତନ୍ତ୍ର ଟିମ୍ ଗଞ୍ଜାମକୁ ଗ୍ରସ୍ତ କରିଛନ୍ତି ।
କୋରୋନା ମୁକାବିଲା ପାଇଁ ଗଞ୍ଜାମରେ ପହଞ୍ଚିଲା ସ୍ୱାସ୍ଥ ବିଭାଗର ସ୍ୱତନ୍ତ୍ର ଟିମ୍ - ଗଞ୍ଜାମରେ ପହଞ୍ଚିଲା ସ୍ୱାସ୍ଥ ବିଭାଗର ସ୍ୱତନ୍ତ୍ର ଟିମ୍
ଗଞ୍ଜାମରେ କୋରୋନା ମୁକାବିଲା ପାଇଁ ପହଞ୍ଚିଲା ସ୍ୱାସ୍ଥ ବିଭାଗର ଆଠ ଜଣିଆ ସ୍ୱତନ୍ତ୍ର ଟିମ୍ । ସ୍ଥିତିକୁ ଅନୁଧ୍ୟାନ କରିବା ସହ କଣ ପଦକ୍ଷେପ ନିଆଯିବ ସେନେଇ ଜିଲ୍ଲା ସ୍ୱାସ୍ଥ ବିଭାଗ ସହିତ ଆଲୋଚନା କରିବେ ଏହି ସ୍ୱତନ୍ତ୍ର ଟିମ୍ । ଅଧିକ ପଢନ୍ତୁ...

କୋରୋନା ମୁକାବିଲା ପାଇଁ ଗଞ୍ଜାମରେ ପହଞ୍ଚିଲା ସ୍ୱାସ୍ଥ ବିଭାଗର ସ୍ୱତନ୍ତ୍ର ଟିମ୍
କୋରୋନା ମୁକାବିଲା ପାଇଁ ଗଞ୍ଜାମରେ ପହଞ୍ଚିଲା ସ୍ୱାସ୍ଥ ବିଭାଗର ସ୍ୱତନ୍ତ୍ର ଟିମ୍
ଏହି ସ୍ୱତନ୍ତ୍ର ଟିମ୍ ଛତ୍ରପୁର ଠାରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବା ପରେ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଗ୍ରସ୍ତ କରିବେ । ପରେ ସେଠାକାର ସ୍ଥିତିକୁ ଅନୁଧ୍ୟାନ କରିବା ସହ କଣ ପଦକ୍ଷେପ ନିଆଯିବ ସେ ନେଇ ଜିଲ୍ଲା ସ୍ୱାସ୍ଥ ବିଭାଗ ସହିତ ଆଲୋଚନା କରିବେ ଏହି ସ୍ୱତନ୍ତ୍ର ଟିମ୍ । ଏହି ସ୍ୱତନ୍ତ୍ର ଟିମ୍ ଦ୍ବାରା କୋରୋନା ମୁକାବିଲା କ୍ଷେତ୍ରରେ ଅନେକ ସହାୟତା ମିଳିପାରିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ