ଓଡିଶା

odisha

ETV Bharat / state

ତାରାତାରିଣୀ ମନ୍ଦିରରେ ନବରାତ୍ର ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ - preparatory meeting for taratarini temple

ଗଞ୍ଜାମ ଜିଲ୍ଲା ମାଆ ତାରାତାରିଣୀ ମନ୍ଦିରରେ ନବରାତ୍ର ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଅଧିକ ପଢ଼ନ୍ତୁ...

ତାରାତାରିଣୀ ମନ୍ଦିରରେ ନବରାତ୍ର ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ତାରାତାରିଣୀ ମନ୍ଦିରରେ ନବରାତ୍ର ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

By

Published : Oct 15, 2020, 8:46 PM IST

ବହ୍ମପୁର: ମାଆ ତାରାତାରିଣୀ ମନ୍ଦିରରେ ନବରାତ୍ର ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ପକ୍ଷରୁ ନୂତନ ଭାବେ ମନ୍ଦିର ପରିଚାଳନା ଟ୍ରଷ୍ଟ ଗଠନ କରାଯାଇଛି। ଏକ ବର୍ଷ ପର୍ଯ୍ୟନ୍ତ ଏହି ବୋର୍ଡ ମନ୍ଦିରର ସମସ୍ତ କାର୍ଯ୍ୟ ହାତକୁ ନେବ। ଏହି ବୋର୍ଡରେ 7 ଜଣ ସଦସ୍ୟ ରହିଛନ୍ତି।

ନବରାତ୍ର ପୂଜା କିଭଳି ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ ସେନେଇ ବିଶେଷ ଭାବରେ ଆଲୋଚନା ହୋଇଥିଲା। କୋରୋନା ମହାମାରୀ ଯୋଗୁଁ ବର୍ତ୍ତମାନ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିରରେ ଦର୍ଶନ ବନ୍ଦ କରାଯାଇଛି । ଏହାଛଡ଼ା ମାଆ ତାରାତାରିଣୀ ମନ୍ଦିରର ଉନ୍ନତିକରଣ ପାଇଁ ଯେଉଁ ସବୁ କାର୍ଯ୍ୟ ହାତକୁ ନିଆଯାଇଛି ତାହା କିଭଳି ଯଥାଶୀଘ୍ର ସମାପନ ହୋଇପାରିବ ସେନେଇ ଏହି ବୈଠକରେ ଆଲୋଚନା ହୋଇଥିଲା। ଆସନ୍ତା ମାଘ ମାସରେ ନବନିର୍ମାଣ ମନ୍ଦିରର ପ୍ରତିଷ୍ଠା କିଭଳି ସୁରୁଖୁରୁରେ ହେବ ସେ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ।

ମନ୍ଦିର ଉନ୍ନତିକରଣ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ 5 କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ସେଥିମଧ୍ୟରୁ ୨ କୋଟି ୪୨ ଲକ୍ଷ ଟଙ୍କା ମନ୍ଦିର ଉନ୍ନତିକରଣ କାର୍ଯ୍ୟରେ ଲାଗିବ। ଏଥିପାଇଁ ଚଳିତ ମାସ ୨୦ ତାରିଖରେ ଟେଣ୍ଡର ଖୋଲାଯିବ। ଯୋଜନା ଓ ସମନ୍ବୟ ବିଭାଗ ପକ୍ଷରୁ ମଧ୍ୟ 5 କୋଟି ଓ ରାଜସ୍ବ ବିଭାଗ ପକ୍ଷରୁ 2କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ରାଜସ୍ବ ବିଭାଗ ପକ୍ଷରୁ ମିଳିଥିବା ଅନୁଦାନରେ ଏକ ଦିଗନ୍ତ ଆଇ.ବି କାର୍ଯ୍ୟ ଚାଲିଛି। ଏହାସହ ପଥପ୍ରାନ୍ତ ସୁବିଧା କେନ୍ଦ୍ରର କାର୍ଯ୍ୟ କିଭଳି ଯଥାଶୀଘ୍ର ଶେଷ ହେବ ସେନେଇ ବୈଠକରେ ଆଲୋଚନା କରାଯାଇଥିଲା ।

ଆୟୋଜିତ ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ ଗଞ୍ଜାମଙ୍କ ପକ୍ଷରୁ ବରିଷ୍ଠ ପୋଲିସ ଅଧିକାରୀ ଉତ୍କଳ କେଶରୀ ଦାଶ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ପି.ଡବ୍ଲ୍ୟୁ.ଡି. ଅଧୀକ୍ଷକ ଯନ୍ତ୍ରୀ ତୁଷାରକାନ୍ତ ପଣ୍ଡା, ପୁରୁଷୋତ୍ତମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details