ଓଡିଶା

odisha

ETV Bharat / state

ସରୁନି ଦାଦନ ଦୁଃଖ; ସୁରତ ଗଲାବେଳେ ଟ୍ରେନ ଚକାତଳେ ଗଲା ଜୀବନ

ଦଇବ ସାଜିଲା ଦାଉ । ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କୁ ନେଇ ପ୍ରଫୁଲ୍ଲ ଘରର ଏକମାତ୍ର ରୋଜଗାରିଆ ହୋଇଥିବାବେଳେ ସୁରତ ଯିବା ବାଟରେ ଟ୍ରେନ ଦୁର୍ଘଟଣାରେ ଗଲା ତାଙ୍କର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସୁରତ ଗଲା ବେଳେ ଟ୍ରେନ ଚକାତଳେ ଗଲା ଜୀବନ
ସୁରତ ଗଲା ବେଳେ ଟ୍ରେନ ଚକାତଳେ ଗଲା ଜୀବନ

By

Published : Oct 20, 2020, 11:00 PM IST

ଭଞ୍ଜନଗର: ପୁଣି ଦାଦନ ଦୁଃଖ ପରିବାରର ବୋଝ ଏବଂ ଗର୍ଭବତୀ ଝିଅର ମେଡ଼ିକାଲ ଖର୍ଚ୍ଚ ବହନ କରିବା ପାଇଁ ବାପା ଯାଉଥିଲେ ସୁରତ । ହେଲେ ଦଇବ ସାଜିଲା ଦାଉ । ଚଳନ୍ତା ଟ୍ରେନରେ କଟି ମରଶରୀର ହୋଇ ଫେରିଲେ ନିଜ ଗାଁକୁ ।

ଗଞ୍ଜାମ ଜିଲ୍ଲା ପୋଲସରା ସ୍ଥିତ ମାଧବପୁଷ୍ଟି ସାହିର ପ୍ରଫୁଲ୍ଲ ସାହୁ ଏକମାତ୍ର ରୋଜଗାରିଆ ନିଜ ପରିବାର ବୋଝ ଓ ଗର୍ଭବତୀ ଝିଅର ମେଡ଼ିକାଲ ଖର୍ଚ୍ଚର ବୋଝକୁ ଉଠାଇବା ପାଇଁ ସୁଦୂର ଦାଦନ ଖଟିବା ପାଇଁ ସୁରତ ସହରକୁ ଟ୍ରେନ୍ ଯୋଗେ ଯାତ୍ରା ଆରମ୍ଭ କରିଥିଲେ । ହେଲେ କିଏ ଜାଣିଥିଲା ପ୍ରଫୁଲ୍ଲଙ୍କ ଏହି ଯାତ୍ରା ଶେଷ ଯାତ୍ରା ବୋଲି । ବାଲୁଗାଁ ରେଲୱେ ଷ୍ଟେସନରେ ଟ୍ରେନରେ ଚଢୁଥିବାବେଳେ ଗୋଡ ଖସି ଟ୍ରେନ ଚକାତଳେ ପଡ଼ି ଯାଇଥିଲେ ପ୍ରଫୁଲ୍ଲ । ଆଉ ଆକସ୍ମିକ ଭାବେ କିଏ କିଛି ବୁଝିବା ଆଗରୁ ଟ୍ରେନ୍ ଦୁର୍ଘଟଣାରେ ଗୋଟିଏ ହାତ କଟି ଯାଇଥିଲା । ସଙ୍ଗେ ସଙ୍ଗେ ରେଳବାଇ ପୋଲିସ ପକ୍ଷରୁ ୧୦୮ ଆମ୍ବୁଲାନ୍ସ ଦ୍ବାରା ବ୍ରହ୍ମପୁର ମେଡ଼ିକାଲକୁ ନିଆ ଯାଉଥିବା ବେଳେ ବାଟରେ ହିଁ ପ୍ରଫୁଲ୍ଲଙ୍କ ମୃତ୍ୟୁ ଘଟିଥିଲା ।

ସୁରତ ଗଲା ବେଳେ ଟ୍ରେନ ଚକାତଳେ ଗଲା ଜୀବନ

ଏଭଳି ସ୍ଥିତିରେ ବ୍ରହ୍ମପୁର ମେଡ଼ିକାଲରୁ ମୃତ ପ୍ରଫୁଲ୍ଲଙ୍କ ଶରୀର ଗାଁରେ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟିପଡୁଥିଲା । ଗାଁରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଏପରିକି ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କୁ ନେଇ ପ୍ରଫୁଲ୍ଲ ଘରର ଏକମାତ୍ର ରୋଜଗାରିଆ ହୋଇଥିବା ବେଳେ ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବାକୁ ସାହିବାସିନ୍ଦା ଦାବି କରିଛନ୍ତି ।


ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ABOUT THE AUTHOR

...view details