ବ୍ରହ୍ମପୁର: ଦୌଡରେ ରେକର୍ଡ କରିବା ଲକ୍ଷ୍ୟରେ ଦଶମ ଶ୍ରେଣୀ ଛାତ୍ର । ୬ ହଜାର କିଲୋମିର ଦୌଡି ନୂତନ ରେକର୍ଡ କରିବା ଲକ୍ଷ୍ୟରେ ଦଶମ ଶ୍ରେଣୀର ଛାତ୍ର ହର୍ଷ ପଣ୍ଡିତ । ଜାତୀୟ ରାଜପଥରରେ ଦୌଡି ଚାଲିଛନ୍ତି ଜଣେ ବିଦ୍ୟାର୍ଥୀ । ତାଙ୍କ ସମ୍ମୁଖରେ ଗଡ଼ି ଚାଲିଛି ଦେଶର ଜାତୀୟ ପତକା ବନ୍ଧାଯାଇଥିବା ଏକ କାର । ଦେଶର ସ୍ବର୍ଣ୍ଣ ଚତୁର୍ଭୁଜ ରାଜମାର୍ଗରେ ଦୀର୍ଘ ୬ ହଜାର କିଲୋମିଟର ମାରାଥାନ୍ ଦୌଡି ଦୌଡି ଏକ ନୂତନ ରେକର୍ଡ କରିବା ଲକ୍ଷ୍ୟ ନେଇ ବାହାରିଛନ୍ତି ଏହି ଦଶମ ଶ୍ରେଣୀର ବିଦ୍ୟାର୍ଥୀ ।
ଜାନୁଆରୀ ପହିଲାରୁ କେନ୍ଦ୍ରୀୟ ବିଦ୍ୟାଳୟର ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଜଣେ ଛାତ୍ର ହର୍ଷ ପଣ୍ଡିତ ଏହିପରି ଦୌଡି ନିଜର ଲକ୍ଷ୍ୟ ପୂରଣ କରି ଗିନିଜ ବୁକ୍ ଅଫ୍ ୱାଲ୍ର୍ଡ ରେକର୍ଡ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ହର୍ଷ ପଣ୍ଡିତ ଜାନୁଆରୀ ୧ ତାରିଖରୁ ନୂଆଦିଲ୍ଲୀରୁ ତାଙ୍କ ଦୌଡ଼ ଆରମ୍ଭ କରିଥିଲେ । ଇତିମଧ୍ୟରେ ସେ ହରିୟାଣା, ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଅତିକ୍ରମ କରି ଇତିମଧ୍ୟରେ ଓଡ଼ିଶାରେ ପହଞ୍ଚିଛନ୍ତି । ବିଦ୍ୟାର୍ଥୀ ଜଣଙ୍କ ବ୍ରହ୍ମପୁର ଦେଇ ଜାତୀୟ ରାଜପଥରେ କୋଲକତା ଅଭିମୁଖେ ବାହାରିଥିବା ବେଳେ ସେଠାରୁ ପୁଣି ଦିଲ୍ଲୀରେ ପହଞ୍ଚି ନିଜର ଯାତ୍ରା ଶେଷ କରିବେ । ମୋଟ ୬ ହଜାର କିଲୋମିଟର ଏହି ମାରାଥନ୍ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିଦ୍ୟାର୍ଥୀ ଜଣଙ୍କ ପ୍ରାୟ 4 ହଜାର କିଲୋମିଟର ଅତିକ୍ରମ କରି ସାରିଛନ୍ତି ।