ଗଞ୍ଜାମ: ଆସିକା ଥାନା ବଜ୍ରକୋଟ ଗ୍ରାମରେ ଅଘଟଣ । ସାଇକେଲ ଚୋରି ଘଟଣାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ସେହି ଗ୍ରାମର ଟୁକୁନା ନାହାକ ।
ସାଇକେଲ ଚୋରି ପାଇଁ ଯୁବକଙ୍କୁ ହତ୍ୟା ! - ଯୁବକଙ୍କୁ ହତ୍ୟା
ସିକା ଥାନା ବଜ୍ରକୋଟ ଗ୍ରାମରେ ସାଇକେଲ ଚୋରି ଘଟଣାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା । ହତ୍ୟା କରି ଅଭିଯୁକ୍ତ ଫେରାର ହୋଇ ଯାଇଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
ଟୁକୁନାକୁ ହତ୍ୟା କରି ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ