ଓଡିଶା

odisha

ETV Bharat / state

ଭାବି ସ୍ୱାମୀଙ୍କ ହତ୍ୟା, ନ୍ୟାୟ ଦାବିରେ ଯୁବତୀଙ୍କ ଆତ୍ମହତ୍ୟା - ଛତ୍ରପୁରରେ ଯୁବତୀଙ୍କ ଆତ୍ମହତ୍ୟା ଘଟଣା

ଭାବି ସ୍ବାମୀଙ୍କ ହତ୍ୟାକାରୀ ଧରିବାକୁ ଦାବି କରି ଯୁବତୀଙ୍କ ଆତ୍ମହତ୍ୟା । ତେବେ ଭାବି ସ୍ବାମୀଙ୍କୁ ନ୍ୟାୟ ପ୍ରଦାନ କରିବା ଲାଗି ଜଣେ ଯୁବତୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅଞ୍ଚଳରେ ଏଭଳି ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଧିକ ପଢନ୍ତୁ

ଭାବି ସ୍ବାମୀଙ୍କ ହତ୍ୟା, ନ୍ୟାୟ ଦାବିରେ ଯୁବତୀଙ୍କ ଆତ୍ମହତ୍ୟା
ଭାବି ସ୍ବାମୀଙ୍କ ହତ୍ୟା, ନ୍ୟାୟ ଦାବିରେ ଯୁବତୀଙ୍କ ଆତ୍ମହତ୍ୟା

By

Published : Apr 25, 2022, 5:07 PM IST

Updated : Apr 25, 2022, 9:43 PM IST

ବ୍ରହ୍ମପୁର:ଭାବି ସ୍ୱାମୀଙ୍କ ହତ୍ୟାକାରୀକୁ ଧରିବାକୁ ଦାବି କରି ଯୁବତୀଙ୍କ ଆତ୍ମହତ୍ୟା । ଭାବି ସ୍ବାମୀଙ୍କୁ ନ୍ୟାୟ ପ୍ରଦାନ କରିବା ଲାଗି ଜଣେ ଯୁବତୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ଗତ ୨୨ ତାରିଖ ରାତି ସମୟରେ ଛତ୍ରପୁର ଥାନା ଅନ୍ତର୍ଗତ ହଂସପୁର ଅଞ୍ଚଳରେ ଜଣେ ସିମେଣ୍ଟ ବ୍ୟବସାୟୀଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ସ୍ଥାନୀୟ ପୋଲିସ ଏହି ଘଟଣାରେ ତିନି ଜଣଙ୍କୁ ଥାନାରେ ଅଟକ ରଖି ପଚାରାଉଚରା କରିଥିଲା । ପରେ ଅଟକ ରହିଥିବା ବ୍ୟକ୍ତିଙ୍କ ମଧ୍ୟରୁ ରବିବାର ଜଣଙ୍କୁ ପୋଲିସ ଛାଡି ଦେଇଥିଲା ।

ଭାବି ସ୍ବାମୀଙ୍କ ହତ୍ୟା, ନ୍ୟାୟ ଦାବିରେ ଯୁବତୀଙ୍କ ଆତ୍ମହତ୍ୟା

ଏପଟେ ଏହି ଘଟଣା ଗ୍ରାମରେ ପ୍ରଚାର ହେବା ପରେ ମୃତ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡ଼ାଙ୍କ ସହ ବାହାଘର ଚୁଡାନ୍ତ ହୋଇଥିବା ଯୁବତୀ ଆରତୀ ପ୍ରଧାନ ଏହାକୁ ଗୁରୁତର ସହ ନେଇଥିଲେ । ଭାବି ସ୍ବାମୀକୁ ନ୍ୟାୟ ପ୍ରଦାନ କରିବା ଲାଗି ଆଜି(ସୋମବାର) ସକାଳେ ହତ୍ୟା ହୋଇଥିବା ସ୍ଥାନକୁ ଯାଇ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେହି ସ୍ଥାନରୁ ପ୍ରଥମେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମୁନିଷିପେଣ୍ଠ ସ୍ୱାସ୍ଥକେନ୍ଦ୍ର ଓ ପରେ ବ୍ରହ୍ମପୁର MKCG ମେଡିକାଲକୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଖବର ଜଣାପଡିବା ପରେ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା । ନିଆଁ ଜାଳି ଗ୍ରାମବାସୀ ରାସ୍ତାରୋକ କରିବା ସହ ହତ୍ୟାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ କୋଠର ଦଣ୍ତ ଦେବାକୁ ଦାବି କରିଛନ୍ତି ।

କଣ ଥିଲା ସଂପୂର୍ଣ୍ଣ ଘଟଣା ?

ଗତ ୨୨ ତାରିଖ ରାତ୍ର ସମୟରେ ଯୁବ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡ଼ା ଗ୍ରାମର ମନ୍ଦିରକୁ ଯାଇ ଦର୍ଶନ କରି ଫେରୁଥିବା ସମୟରେ ତାଙ୍କୁ ସଙ୍ଘବଦ୍ଧ ଆକ୍ରମଣ ହୋଇଥିଲା । କିଛି ଅଜଣା ବ୍ୟକ୍ତି ତାଙ୍କୁ ପିଟି ପିଟି ହତ୍ୟା କରିଥିଲେ । ପରେ ସ୍ଥାନୀୟ ଲୋକେ କୃଷ୍ଣଚନ୍ଦ୍ରଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ । ମାତ୍ର ସେତେବେଳକୁ ବିଳମ୍ବ ହୋଇସାରିଥିଲା ଓ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେହିଭଳି ଏହି ଘଟଣା ପରେ ଛତ୍ରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ହତ୍ୟା ଘଟଣାରେ ସେହି ଗ୍ରାମର ସୀମା ବିଶ୍ୱାଳ, ପଙ୍କଜ ବିଶ୍ୱାଳ, ବିଚିତ୍ର ନାହକଙ୍କୁ ଅଟକ ରଖି ତଦନ୍ତ କରିଥିଲା । ହେଲେ ବିଚିତ୍ର ନାହକଙ୍କୁ ପଚରାଉଚୁରା କରାଯିବା ପରେ ଛାଡି ଦିଆଯାଇଥିଲା ।

ଅନ୍ୟପଟେ ହତ୍ୟା ପୂର୍ବରୁ କୃଷ୍ଣଚନ୍ଦ୍ର ଓ ଆରତୀଙ୍କ ମଧ୍ୟରେ ହୋଇଥିବା ଶେଷ ବାର୍ତ୍ତାଳପ ମୋବାଇଲରେ ରେକର୍ଡ ହୋଇ ରହିଛି । ଭାବି ପତ୍ନୀ ଆରତୀ ପ୍ରଧାନଙ୍କ ସହ ମୋବାଇଲରେ କଥା ହେଉଥିବା ବେଳେ ହଁ ଦୁର୍ବୃତ୍ତ ମାନେ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ତେବେ ଏହି ରେକର୍ଡ ଅଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଅପରପକ୍ଷରେ ଆଗାମୀ ମଇ ମାସର ୧୪ ତାରିଖରେ ହତ୍ୟାର ଶିକାର ହୋଇଥିବା ଯୁବ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡା ଏବଂ ଯୁବତୀ ଆରତୀ ପ୍ରଧାନଙ୍କ ବିବାହ ହୋଇଥାନ୍ତା ।

ଆସନ୍ତୁ ଶୁଣିବା ସେହି ବାର୍ତ୍ତାଳାପ:
କୃଷ୍ଣଚନ୍ଦ୍ର- ଦେଖିକି , କଣ ମାଲ୍ ଯାଇଛି , ଦେଖି ଦେଉଛି ଆଉ ଥରେ ।
ଆରତୀ- ହଁ

କୃଷ୍ଣଚନ୍ଦ୍ର-କମ୍ପ୍ୟୁଟରରେ ଲୋଡ୍ ହୋଇଛି, ଟାଲିରେ ପୁରା ଲୋଡ୍ ଅଛି ନା, ଦୋକାନରେ କେତେ ମାଲ ଅଛି, କେତେ ପିସ୍ ଅଛି , ସେଇଟା ବି ଅଛି ।

ଆରତୀ- ହଁ
କୃଷ୍ଣଚନ୍ଦ୍ର-ମାନେ ଟାଲିରେ ଖାଲି ବାକି ଲେଖା ହେଉନି, ମାନେ ଷ୍ଟକ ମଧ୍ୟ ମେନଟେନ୍ କରାଯାଉଛି ।

ଆରତୀ-ଇମିତ ନାଁ.. ତା ହେଲେ ଭଲ
କୃଷ୍ଣଚନ୍ଦ୍ର-ଆମ ଗୋଦାମରେ କେତେ ମାଲ ଅଛି , ସିମେଣ୍ଟ କେତେଟା ଅଛି , ଜାଣିନି ନା ମୁଁ
ଆରତୀ-ଆଉ ସବୁ ଯାକ ଲେଖିବାକୁ ପଡିବ ନାଁ
କୃଷ୍ଣଚନ୍ଦ୍ର-ଆଃ...ଆଃ...ଆଃ
ଆରତୀ- କଣ ହେଲା ..କଣ ହେଲା ହେ ..ହାଲୋ ...ହୋଲୋ.. ହାଲୋ..ହାଲୋ ..

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Apr 25, 2022, 9:43 PM IST

ABOUT THE AUTHOR

...view details