ଓଡିଶା

odisha

ETV Bharat / state

ଠିକ୍ ସମୟରେ ରାଜସ୍ୱ ବିଭାଗରୁ ହିତାଧିକାରୀ ଲାଭ ପାଇବା ଆବଶ୍ୟକ: ଜିଲ୍ଲାପାଳ - ଗଞ୍ଜାମ ଜିଲ୍ଲାପାଳଙ୍କ ବୈଠକ

ଗଞ୍ଜାମ ଜିଲ୍ଲାରେ ଜିଲ୍ଲାସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗ ଭିଡିଓ କନଫେନ୍ସିଂ ଜରିଆରେ ବୈଠକର ଅଧ୍ୟକ୍ଷତା କରି ବିଭିନ୍ନ ସରକାରୀ ଯୋଜନା ବାବଦରେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

ଠିକ୍ ସମୟରେ ରାଜସ୍ୱ ବିଭାଗରୁ ହିତାଧିକାରୀ ଲାଭ ପାଇବା ଆବଶ୍ୟକ: ଜିଲ୍ଲାପାଳ
ଠିକ୍ ସମୟରେ ରାଜସ୍ୱ ବିଭାଗରୁ ହିତାଧିକାରୀ ଲାଭ ପାଇବା ଆବଶ୍ୟକ: ଜିଲ୍ଲାପାଳ

By

Published : Nov 10, 2020, 10:48 PM IST

ବ୍ରହ୍ମପୁର: ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ସଦର ମହକୁମା ଛତ୍ରପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକର ଅଧ୍ୟକ୍ଷତା କରିଥିଲେ ।

ଜିଲ୍ଲାପାଳ ଅନୁଷ୍ଠିତ ଏହି ବୈଠକରେ ଛତ୍ରପୁର, ବ୍ରହ୍ମପୁର ଓ ଭଞ୍ଜନଗର ଉପଖଣ୍ଡର ସମୀକ୍ଷା କରିବା ସହ ଜିଲ୍ଲାରେ ଜଣେ ମଧ୍ୟ ପରିବାର ଯେପରି ଜମି ବିହୀନ ରହିବେ ନାହିଁ ସେ ଦିଗରେ ନିଷ୍ପତ୍ତି ନିଆଯାଇଛି । ବସୁନ୍ଧରା ଯୋଜନାରେ ଆବେଦନ କରିଥିବା ହିତାଧିକାରୀମାନଙ୍କର ଆବେଦନ ପତ୍ର ଉପରେ କରାଯାଇଥିବା ଅଗ୍ରାହ୍ୟର କାରଣଗୁଡିକ ଦର୍ଶାଇବେ । ରାଜସ୍ୱ ବିଭାଗର ଅଧିନରେ ହିତାଧିକାରୀମାନଙ୍କୁ ଦିଆଯାଉଥିବା ସୁବିଧାଗୁଡିକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ଦିଗରେ ଅଧିକ ଗୁରୁତ୍ୱ ଦେବାକୁ ବୈଠକରେ ଅବଗତ କରାଯାଇଥିଲା । ସରକାରଙ୍କ ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ଆବଶ୍ୟକ ପଡୁଥିବା ତଥ୍ୟଗୁଡିକ ପୂର୍ବ ପ୍ରସ୍ତୁତ କରି ରାଜସ୍ୱ ନିରୀକ୍ଷକମାନେ ସଜାଗ ହୋଇ ରଖିବେ । ତେବେ ପ୍ରମାଣପତ୍ର ପ୍ରଦାନ ସମୟରେ ହେଉଥିବା ଅହେତୁକ ବିଳମ୍ବକୁ ରୋକାଯାଇପାରିବ ବୋଲି କୁହାଯାଇଛି । ଏପରିକି ଆବେଦନକାରୀ ଠିକ୍ ସମୟରେ ପ୍ରମାଣପତ୍ର ପାଇବାକୁ ନେଇ ନିଷ୍ପତ୍ତି ନିଆଯାଇଛି ।

ଏପରିକି ମୋ ଗାଁରେ ତହସିଲ କାର୍ଯ୍ୟରେ କାର୍ଯ୍ୟରତ ଥିବା ତହସିଲ କର୍ମଚାରୀ ଧ୍ୟାନଦେଇ କାମ କଲେ ତହସିଲର ସୁନାମ ବଢିବ ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରେ ପର୍ଯ୍ୟଟନର ବିକାଶ ଦିଗରେ ପଟ୍ଟା ପ୍ରଦାନ କାର୍ଯ୍ୟକୁ ତ୍ୱରାନ୍ନିତ କରାଗଲେ ଅବହେଳିତ ହୋଇ ରହିଥିବା ପର୍ଯ୍ୟଟନସ୍ଥଳୀର ବିକାଶ ହେବ । ଏଣୁ ଏ ଦିଗରେ ବିଳମ୍ବ ନ କରିବାକୁ ସମସ୍ତ ତହସିଲଦାର ଓ ବିଡିଓମାନଙ୍କୁ ଜିଲ୍ଲାପାଳ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ଅନୁଷ୍ଠାନ ସକାଶେ ସରକାରୀ ଜମିକୁ ପ୍ରାଥମିକତା ଭିତ୍ତିରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପଟ୍ଟା ପ୍ରଦାନ ଦିଗରେ ଗୁରୁତ୍ୱ ଦିଅନ୍ତୁ । ଜାତୀୟ ରାଜପଥ ଓ ଅନ୍ୟ ରାସ୍ତା ପାଶ୍ୱରେ ନିର୍ମାଣ ହେଉଥିବା କିମ୍ବା ଉନ୍ନତିକରଣ ହେଉଥିବା କାର୍ଯ୍ୟଗୁଡିକ ନିମନ୍ତେ ଜମିର ସ୍ଥିତି ସମ୍ପର୍କରେ ମଧ୍ୟ ତଦନ୍ତ କରିବାକୁ କୁହାଯାଇଛି ।

ବେଆଇନ୍ ଭାବେ ମରମ, ମାଟି, ପଥର, ବାଲି, ଗୋଡି ବୋଝେଇ ଟ୍ରକ ଓ ଟ୍ରାକ୍ଟରଗୁଡିକ ଧରପଗଡ କରି ନିର୍ଦ୍ଧାରିତ କର ଆଦାୟ କରିବା ନେଇ କୁହାଯାଇଛି । ବିଶେଷ କରି ରାତ୍ର ସମୟରେ ଧରପଗଡ କରିବାକୁ ଯୋର ଦିଆଯାଇଛି । ସରକାରୀ ଜମିରେ ରହିଥିବା ସୌରାଜ ଗୁଡିକରୁ ଅଧିକ ପରିମାଣର ଚୋରୀ ହୋଇଛି । ଏହାକୁ ରୋକିବା ସକାଶେ ଅଧିକ ନଜର ଦେବାକୁ ଜିଲ୍ଲାପାଳ ଅବଗତ କରାଇଥିଲେ । ରାଜସ୍ୱ ବିଭାଗର ମୁଖ୍ୟ ଓ ପ୍ରଧାନ କାର୍ଯ୍ୟ ରାଜସ୍ୱ ଆଦାୟ ଦିଗରେ ଅବହେଳା ନ କରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ଉତ୍ତରାଧିକାରୀ ଅନୁଦାନ (ଏକ୍ସ ଗାରେସିଆ) କେଶ୍ ଗୁଡିକର ଫଇସଲା ଶୀଘ୍ର ଶେଷ କରିବାକୁ ଜଣାଇବାକୁ ମଧ୍ୟ କହିଛନ୍ତି । ଗ୍ରାମକଣ୍ଠ, ଦାଖଲ ଖାରଜ, ବକେୟା ବନ୍ଦୋବସ୍ତ ମକଦ୍ଦମାଗୁଡିକର ଫଇସଲା କରି ପଟ୍ଟା ପ୍ରଦାନ କାର୍ଯ୍ୟକୁ ତ୍ୱରାନ୍ନତି କରିବାକୁ କହିଥିଲେ ।

ସରକାରୀ ଜମିର ସୁରକ୍ଷା ଦିଗରେ ନିଆଯାଉଥିବା ପଦକ୍ଷେପ ନିମନ୍ତେ ଯେଉଁସବୁ ବିଭାଗକୁ ଅର୍ଥ ପ୍ରଦାନ କରାଯାଇଛି ସେହି କାର୍ଯ୍ୟଗୁଡିକ ଶୀଘ୍ର ସମାଧାନ କରିବାକୁ କହିବା ସହ କେଉଁ କାରଣ ଯୋଗୁଁ ବିଳମ୍ବ ହେଉଛି ତାହା ଉପଜିଲ୍ଲାପାଳଙ୍କସ୍ତରରେ ଆଲୋଚନା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ତହସିଲର ଯାହା ସବୁ ବିଚରାଧୀନ ରହିଛି ସେସବୁ ଆସନ୍ତା ରାଜସ୍ୱ ବୈଠକ ପୂର୍ବରୁ ଶେଷ କରିବାକୁ ମଧ୍ୟ ଜିଲ୍ଲାପାଳ କହିଛନ୍ତି ।
ଏହି ସମିକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ ସମସ୍ତ ଆଲୋଚ୍ୟ ବିଷୟଗୁଡିକୁ ଉପସ୍ଥାପନ କରି ସମାଧାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଥିବାବେଳେ ଏଥିରେ ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତୀ ୱାସନ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ରାଜସ୍ୱ ଅଧିକାରୀ ବିଜୟାନନ୍ଦ ସେଠୀ, ଡେପୁଟି କଲେକ୍ଟର ତଥା ଜରୁରିକାଳୀନ ଅଧିକାରୀ ଡ. ଦିବ୍ୟ ଲୋଚନ ମହାନ୍ତ, ଡେପୁଟି କଲେକ୍ଟର ସରୋଜ ପାତ୍ର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details