ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଣ୍ଡୁରୀବାଡ଼ି ଗ୍ରାମରେ ଅଭାବନୀୟ ଘଟଣା । ଏଠାରେ ବିଦ୍ୟୁତ ଆଘାତରେ ଜଣେ 11ବର୍ଷର ନାବାଳକ ଶ୍ରୀକାନ୍ତ ପ୍ରଧାନଙ୍କ ମୃତ୍ୟୁ ଘଟିଛି ।
ଶ୍ରୀକାନ୍ତକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ମୁଜାଗଡ଼ ମେଡିକାଲ ଓ ତାପରେ ଭଞ୍ଜନଗର ମେଡିକାଲକୁ ଅଣାଯାଇଥିଲା । ଏଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ଭଞ୍ଜନଗର ପୋଲିସ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ରାତି ହୋଇଯାଇଥିବାରୁ ମଙ୍ଗଳବାର ସକାଳେ ନାବାଳକର ମୃତଦେହ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ।