ବ୍ରହ୍ମପୁର: ମନ୍ଦିର ପରିସରରୁ ଉଦ୍ଧାର ହେଲା ୯ ଫୁଟର ଅହିରାଜ ସାପ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଚୈତନପୁର ଶାସନ ନନ୍ଦିକେଶ୍ବର ମନ୍ଦିର ପରିସରରୁ ଏହି ସାପକୁ ଉଦ୍ଧାର କରାଯାଇଛି । ମନ୍ଦିର ପୂଜକ ସନ୍ଧ୍ୟା ଆଳତି ସାରି ଫେରୁଥିବା ସମୟରେ ହଠାତ ମନ୍ଦିର ହୁଣ୍ଡି ତଳେ ବିରାଟ କାୟ ସାପଟିକୁ ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ଏନେଇ ସ୍ନେକ ହେଲ୍ପ ଲାଇନ ଓ ସ୍ଥାନୀୟ ବନ ବିଭାଗକୁ ଖବର ଦେଇଥିଲେ।
ମନ୍ଦିର ପରିସରରୁ ୯ ଫୁଟର ଅହିରାଜ ଉଦ୍ଧାର - ମନ୍ଦିର ପରିସରରୁ ୯ ଫୁଟର ଅହିରାଜ ସାପ ଉଦ୍ଧାର
ମନ୍ଦିର ପୂଜକ ସନ୍ଧ୍ୟା ଆଳତି ସାରି ଫେରୁଥିବା ସମୟରେ ହଠାତ ମନ୍ଦିର ହୁଣ୍ଡି ତଳେ ବିରାଟ କାୟ ସାପଟିକୁ ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ।
ବନ ବିଭାଗ ଓ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନେ ମିଳିତ ଭାବେ ଘଟଣାସ୍ଥଳରେ ପହଞ୍ଚି ମନ୍ଦିର ପରିସରରୁ ୯ ଫୁଟର ଅହିରାଜ ସାପକୁ ଉଦ୍ଧାର କରିଥିଲେ। ଉଦ୍ଧାର କାର୍ଯ୍ୟରେ ସାମନ୍ତିଆପଲ୍ଲୀ ବନପାଳ ରଜତ ମିଶ୍ରଙ୍କ ସହ ସ୍ନେକ ହେଲ୍ପ ଲାଇନ ବ୍ରହ୍ମପୁରର ସଦସ୍ୟ ସ୍ବାଧୀନ କୁମାର ସାହୁ, ଶ୍ରୀକାନ୍ତ ନାହାକ, ତାରା ପ୍ରସାଦ ଦାସ, ସୁଶାନ୍ତ ମହାଙ୍କୁଡ଼ ଏବଂ ବନ ବିଭାଗର ବହୁ କର୍ମଚାରୀ ସାମିଲ ଥିଲେ। ଶେଷରେ ବନପାଳଙ୍କ ନିର୍ଦ୍ଦେଶକ୍ରମେ ଅହିରାଜ ସାପଟିକୁ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯାଇଛି। ଗତ କିଛି ଦିନ ମଧ୍ୟରେ ପାତ୍ରପୁର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଅହିରାଜ ସାପକୁ ଉର୍ଦ୍ଧାର କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ