ଓଡିଶା

odisha

ETV Bharat / state

କୋରୋନାକୁ ହରାଇଲେ 85 ବର୍ଷୀୟ ବୃଦ୍ଧ, ଟ୍ବିଟ କରି ପ୍ରଂଶସା କଲେ ମୁଖ୍ୟମନ୍ତ୍ରୀ - 85 yr old man recovered from corona

ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଳକର ଜଣେ 85 ବର୍ଷୀୟ ବୃଦ୍ଧ ଅଭିମନ୍ୟୁ ସାହୁ 5 ଦିନରେ କୋରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଏହା ରାଜ୍ୟ ପାଇଁ ଖୁସି ଖବର ଓ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି କହିଛନ୍ତି ।

କୋରୋନାକୁ ହରାଇଲେ 85 ବର୍ଷୀୟ ବୃଦ୍ଧ, ଟ୍ବିଟ କରି ପ୍ରଂଶସା କଲେ ମୁଖ୍ୟମନ୍ତ୍ରୀ
କୋରୋନାକୁ ହରାଇଲେ 85 ବର୍ଷୀୟ ବୃଦ୍ଧ, ଟ୍ବିଟ କରି ପ୍ରଂଶସା କଲେ ମୁଖ୍ୟମନ୍ତ୍ରୀ

By

Published : Jul 30, 2020, 7:59 PM IST

ବ୍ରହ୍ମପୁର: ବୟସ ଆଗରେ ହାର ମାନିଛି କୋରୋନା । ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଳକର ଜଣେ 85 ବର୍ଷୀୟ ବୃଦ୍ଧ ଅଭିମନ୍ୟୁ ସାହୁ 5 ଦିନରେ କୋରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଏହା ରାଜ୍ୟ ପାଇଁ ଖୁସି ଖବର ଓ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି କହିଛନ୍ତି ।

କୋରୋନାକୁ ହରାଇଲେ 85 ବର୍ଷୀୟ ବୃଦ୍ଧ, ଟ୍ବିଟ କରି ପ୍ରଂଶସା କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ, 'ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡିର ୮୫ ବର୍ଷୀୟ ବୃଦ୍ଧ ଅଭିମନ୍ୟୁ ସାହୁ କୋଭିଡ-୧୯ରୁ ସୁସ୍ଥ ହେବା ଖବର ସମଗ୍ର ରାଜ୍ୟ ପାଇଁ ଏକ ଖୁସିର ବିଷୟ। ପରିଣତ ବୟସରେ ବି ସେ ଦେଖାଇଥିବା ଦୃଢ଼ ମନୋବଳ ଓ ସାହସ ବାସ୍ତବିକ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ'।

କୋରୋନାକୁ ହରାଇଲେ 85 ବର୍ଷୀୟ ବୃଦ୍ଧ, ଟ୍ବିଟ କରି ପ୍ରଂଶସା କଲେ ମୁଖ୍ୟମନ୍ତ୍ରୀ

ସୂଚନାନୁଯାୟୀ, ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଳକର ଅଭିମନ୍ୟୁ ସାହୁ ଛାତି କାଟିବା ସହ ଜ୍ବର ସହ କାଶ ରହିବାରୁ ସ୍ଥାନୀୟ ଅଙ୍ଗନବାଡିକୁ ଜଣାଇବାପରେ ବ୍ରହ୍ମପୁର ଠାରେ ୧୦ ତାରିଖ ଦିନ ସ୍ବାବ ଟେଷ୍ଟ କରିଥିଲେ । ୧୬ ତାରିଖ ଦିନ ତାଙ୍କ ଟେଷ୍ଟ ପଜିଟିଭ ଆସିଥିଲା । ପରେ ସେ ବ୍ରହ୍ମପୁର ଉପଖଣ୍ଡ ଶୀତଳାପଲ୍ଲୀ ଠାରେ ଚିକିତ୍ସିତ ହେଉଥିଲେ । କୋଭିଡ ପରୀକ୍ଷା କରି ପଜିଟିଭ ଚିହ୍ନଟ ହେବା ପରେ ୫ ଦିନ ଧରି ଚିକିତ୍ସିତ ହୋଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୧୪ ଦିନିଆ ହୋମ କ୍ବାରେଣ୍ଟାଇନରେ ରହିଛନ୍ତି । ସୁସ୍ଥହୋଇ ଫେରିବା ପରେ ସେଠାରେ କିଭଳି ସମସ୍ତ ପ୍ରକାର ଚିକିତ୍ସା ସୁବିଧା ମିଳିବା ସହ ୪ଥର ଖାଇବା ମିଳୁଥିବା ନେଇ ଅଭମନ୍ୟୁ ସ୍ଥାନୀୟ ବ୍ଳକ ପ୍ରଶାସନ ସମୁଖରେ ପ୍ରକାଶ କରିଛନ୍ତି ।

ଘରେ ୧୪ ଦିନିଆ ହୋମ କ୍ବାରେଣ୍ଟାଇନରେ ରହିଥିବାରୁ ଘରେ ନିଜେ ରୋଷେଇ କରି ଖାଉଛନ୍ତି କିନ୍ତୁ ମନୋବଳ ଦୃଢ କରି ସାହାସର ସହ କୋରୋନାକୁ ମୁକାବିଲା କରି ନିଜ ସୁସ୍ଥ ଜୀବନ ବିତାଉଛନ୍ତି ଅଭମନ୍ୟୁ। ସଟଡାଉନ ଫଳରେ ପୁଅ ,ଝିଅ କିଏ ମଧ୍ୟ ତାଙ୍କୁ ଦେଖିବାକୁ ଆସିପାରୁନାହାନ୍ତି । ଏହି ଅବସରରେ ବିଡିଓ ଗଦାଧର ପାତ୍ର, କୁକୁଡାଖଣ୍ଡି ସିଏଚସି ଡାକ୍ତର ରାମଚନ୍ଦ୍ର ମହାପାତ୍ର ଅଭିମନ୍ୟୁଙ୍କ ଘରକୁ ଯାଇ ତାଙ୍କ ସ୍ବାସ୍ଥ୍ୟବସ୍ଥା ବୁଝି ଆବଶ୍ୟକୀୟ ଔଷଧ ଦେଇ ମନୋବଳ ଦୃଢ କରି ରହିବାକୁ ପରାମର୍ଶ ଦେଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details