ବ୍ରହ୍ମପୁର:ପ୍ରେମ ପାଖରେ ହାର ମାନିଥିଲା ବୟସ । ପରିଣତ ବୟସରେ ଦ୍ବିତୀୟ ବିବାହ କଲେ ବୃଦ୍ଧ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆଡପଡା ଗ୍ରାମର ୭୬ ବର୍ଷୀୟ ବରକୁ ୪୬ ବର୍ଷୀୟ କନିଆଁ ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଗ୍ରାମର ୭୬ ବର୍ଷୀୟ ବୃଦ୍ଧ ରାମଚନ୍ଦ୍ର ସାହୁ ନିଜଠାରୁ ୩୦ ବର୍ଷ ସାନ ମହିଳାଙ୍କୁ ଜୀବନ ସାଥୀ କରିଛନ୍ତି । ପାରମ୍ପରିକ ରୀତିନୀତିରେ ଦ୍ବିତୀୟ ବିବାହ କରିଛନ୍ତି ରାମଚନ୍ଦ୍ର । ଦୀର୍ଘ ୮ ବର୍ଷ ଧରି ପ୍ରେମ କରି ଆସୁଥିବା ଦୁହେଁ ଶେଷରେ ବାର୍ଦ୍ଧକ୍ୟ ବୟସରେ କରିଛନ୍ତି ବିବାହ । ପ୍ରଥମେ କୋର୍ଟରେ ଏବଂ ପରେ ଗ୍ରାମର ମନ୍ଦିରରେ କନ୍ୟା ଘର ପରିବାର ସମ୍ମୁଖରେ ହୋଇଛି ଏପରି ଏକ ବିବାହ ।
ଘଟଣା ଥିଲା ଏପରି :-ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆଡପଡା ଗ୍ରାମର ରାମଚନ୍ଦ୍ର ସାହୁ ପୂର୍ବରୁ ପାରମ୍ପାରିକ ରୀତିନୀତିରେ ବିବାହ କରିଥିଲେ । ରାମଚନ୍ଦ୍ରଙ୍କ ୨ଟି ଝିଅ ସହିତ ପତ୍ନୀ ରହିଥିବା ବେଳେ ଇତିମଧ୍ୟରେ ଦୁଇ ଝିଅଙ୍କୁ ବିବାହ କରି ସାରିଥିଲେ । ଏହାରି ମଧ୍ୟରେ ପତ୍ନୀ ଆରପାରିକୁ ଚାଲିଯିବା ପରେ ସେ ଗତ ୧୮ ବର୍ଷ ଧରି ଏକାକୀ ଜୀବନ ବିତାଇ ଆସୁଥିଲେ । ଇତିମଧ୍ୟରେ ଗୋଟିଏ ଝିଅ ନିଜର ଶ୍ବଶୁର ଘର ପରିବାରକୁ ଧରି ଜୀବନ ବିତାଉଥିବା ବେଳେ ଅନ୍ୟ ଏକ ଝିଅର ମଧ୍ୟ ମୃତ୍ୟୁ ଘଟିଛି । ନିଜର ଧର୍ମପତ୍ନୀ ଚାଲିଗଲା ପରେ ବାର୍ଦ୍ଧକ୍ୟ ଅବସ୍ଥାରେ ଏକାକୀ ରୋଷେଇ କରି ଖାଇବା, ପାଖରେ କେହି ନଥିବା ଯୋଗୁଁ ନାନା ହଇରାଣ ହରକତରେ ଜୀବନ ବିତାଉଥିଲେ ରାମଚନ୍ଦ୍ର ।
ଏହା ବି ପଢନ୍ତୁ- ଥାନା ପରିସରରେ ସ୍ବାମୀ ସାମ୍ନାରେ ଦିଅରକୁ ବିବାହ କଲା ସ୍ତ୍ରୀ