ବ୍ରହ୍ମପୁର:ଖଲ୍ଲିକୋଟ ତୁଳସୀପୁର ଗ୍ରାମରେ ଅଭାବନୀୟ ଘଟଣା । ବାତ୍ୟା ଆଶ୍ରୟସ୍ଥଳୀର ଲୁହା ଗ୍ରୀଲ ପଡି ଚାଲିଗଲା ପଞ୍ଚମ ଶ୍ରେଣୀର ଛାତ୍ରର ଜୀବନ । ଶନିବାର ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ତୁଳସୀପୁର ଗ୍ରାମରେ ଘଟିଯାଇଛି ଏଭଳି ଅଘଟଣ । ମୃତ ଛାତ୍ର ହେଲେ ତୁଳସୀପୁର ଗ୍ରାମର କରୁଣା ପାହନଙ୍କ ପୁତ୍ର ପବିତ୍ର ପାହନ । ପବିତ୍ରଙ୍କ ମୃତ୍ୟୁ ପରେ ଚାରିଆଡେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ସୂଚନାଅନୁସାରେ, ଗତକାଲି(ଶନିବାର) ଦିନ ଗ୍ରାମରେ ରହିଥିବା ବାତ୍ୟା ଆଶ୍ରୟସ୍ଥଳୀର ଭଗ୍ନ ଅବସ୍ଥାରେ ରହିଥିବା ଗ୍ରୀଲ ନିକଟରେ ଖେଳୁଥିଲେ ପବିତ୍ର । ଏହି ସମୟରେ ହଠାତ ତାଙ୍କ ଉପରେ ପଡିଯାଇଥିଲା ଲୁହା ଗ୍ରୀଲ । ତେବେ ଏହାପରେ ତାଙ୍କୁ ଉଦ୍ଧାର କରାଯାଇ ସଙ୍ଗେସଙ୍ଗେ ସ୍ଥାନୀୟ ସରକାରୀ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହାପରେ ଡାକ୍ତରଖାନାରେ ଶୋକକୂଳ ପରିବେଶ ସୃଷ୍ଟି ହୋଇଥିଲା ।
ପବିତ୍ରଙ୍କୁ ହରାଇ ପରିଜନଙ୍କ ସହ ସମ୍ପର୍କୀୟଙ୍କ କାନ୍ଦବେବାଳିରେ ଫାଟି ପଡିଥିଲା ପୁରା ପରିବେଶ । ସେପଟେ ବାତ୍ୟା ଆଶ୍ରୟସ୍ଥଳୀରେ କିପରି ଏବଂ କେଉଁ ପରିସ୍ଥିତିରେ ଏକ ଭଙ୍ଗା ଲୁହା ଗ୍ରୀଲକୁ ରଖାଯାଇଥିଲା ତାହାକୁ ଦାୟିତ୍ୱରେ ରହିଥିବା ବ୍ୟକ୍ତିବିଶେଷ ମାନେ କିପରି ଦୃଷ୍ଟି ଦେଲେ ନାହିଁ ତାହାକୁ ନେଇ ଉଠିଛି ପ୍ରଶ୍ନବାଚୀ ।