ବ୍ରହ୍ମପୁର: ଭିକେ ପାଣ୍ତିଆନଙ୍କ ସୁରକ୍ଷାରେ ଥିବା ବ୍ୟକ୍ତିବିଶେଷଙ୍କ ପୋଷାକ ପରିବର୍ତ୍ତନକୁ ନେଇ ଏବେ ଜୋରଧରିଛି ଚର୍ଚ୍ଚା । ଗତ ଶୁକ୍ରବାର 5ଟି ସଚିବଙ୍କ ଜିଲ୍ଲାର କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ଗସ୍ତ ସମୟରେ ସଚିବଙ୍କ ଆଖପାଖରେ ରହୁଥିବା ବ୍ୟକ୍ତିବିଶେଷମାନେ ଗୋଲାପି ପୋଷାକ ପରିଧାନ କରିଥିବା ବେଳେ ଶନିବାର ଭଂଞ୍ଜନଗର ଅଞ୍ଚଳରେ ନୀଳ ରଙ୍ଗର ଟି-ସାର୍ଟ ପରିଧାନ କରିଥିବା ଦେଖିବାକୁ ମିଳିଛି । ତେବେ ସେମାନେ ସଚିବଙ୍କ ସୁରକ୍ଷାରେ ରହୁଥିବା ପୋଲିସ କର୍ମଚାରୀ ନାଁ 5ଟି ସଚିବଙ୍କ ବ୍ୟକ୍ତିଗତ ସୁରକ୍ଷା ଦାୟିତ୍ୱର କର୍ମଚାରୀ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତ 25 ତାରିଖ ଠାରୁ ରାଜ୍ୟ 5ଟି ସଚିବ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିଲେ । ଦୁଇ ଦିନର ଗସ୍ତ ଶେଷ ହୋଇଥିବା ବେଳେ ଆଜି(ରବିବାର) ଶେଷ ହେବ । ଗଞ୍ଜାମ ଜିଲ୍ଲାର 12 ଗୋଟି ନିର୍ବାଚନ ମଣ୍ଡଳୀ ପରିକ୍ରମା କରି ଜନ ଅଭିଯୋଗ ଶୁଣାଣି ମାଧ୍ୟମରେ ଗସ୍ତ କରୁଛନ୍ତି 5ଟି ସଚିବ ।
ବଦଳିଗଲା 5ଟି ସଚିବଙ୍କ ସୁରକ୍ଷାକର୍ମୀଙ୍କ ପୋଷାକ ରଙ୍ଗ - ଭିକେ ପଣ୍ତିଆନଙ୍କ ଗଞ୍ଜାମ ଗସ୍ତ
ଭିକେ ପାଣ୍ତିଆନଙ୍କ ସୁରକ୍ଷାରେ ଥିବା ବ୍ୟକ୍ତିବିଶେଷଙ୍କ ପୋଷାକ ପରିବର୍ତ୍ତନକୁ ନେଇ ଏବେ ଜୋରଧରିଛି ଚର୍ଚ୍ଚା । ଅଧିକ ପଢନ୍ତୁ
Published : Aug 27, 2023, 8:40 AM IST
ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭିକେ ପାଣ୍ଡିଆନଙ୍କ ଗଞ୍ଜାମ ଜିଲ୍ଲା ଗସ୍ତର ପ୍ରଥମ ଦିନର ହାଇଡ୍ରାମା ପରେ ଦ୍ବିତୀୟ ଦିନରେ ବିଭିନ୍ନ ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲେ ସଚିବ । ଆଜି ମଧ୍ୟ କେତେକ ସ୍ଥାନରେ ସଚିବଙ୍କ ଗସ୍ତକୁ ବିରୋଧ ହୋଇଥିଲା । ଖଲ୍ଲିକୋଟ କାର୍ଯ୍ୟକ୍ରମକୁ ଯିବାବେଳେ 5T ସଚିବଙ୍କ କାରକେଡ୍କୁ କଳା ପତକା ଦେଖାଇଥିଲେ କଂଗ୍ରେସ ଓ ବିଜେପି କର୍ମୀ । ଖଲ୍ଲିକୋଟ ନିର୍ବାଚନମଣ୍ଡଳୀର ଜନଶୁଣାଣି କାର୍ଯ୍ୟକ୍ରମ ସ୍ଥାନୀୟ ଆର୍ସିଏମ୍ କଲେଜ ଖେଳପଡିଆ ଠାରେ ହୋଇଥିଲା । ସେ ହେଲିପ୍ୟାଡରୁ କାର୍ଯ୍ୟକ୍ରମ ସ୍ଥଳକୁ ଯିବା ବାଟରେ ପୋଲିସ କାରକେଡ୍ ପଟକୁ ହଠାତ୍ ମାଡି ଆସି କଳାପତାକା ଦେଖାଇବାକୁ ଉଦ୍ୟମ କରିଥିଲେ ସ୍ଥାନୀୟ କଂଗ୍ରେସ ଓ ବିଜେପି ଦଳର କର୍ମୀ । ଏହାପରେ ସେଠାରେ ଉପସ୍ଥିତ ପୋଲିସ କର୍ମୀମାନେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଯାହା ଫଳରେ ସେଠାରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।
5T ସଚିବ ଦ୍ବିତୀୟ ଦିନରେ ପ୍ରଥମେ ଜିଲ୍ଲାର ଭଞ୍ଜନଗର ଠାରେ କେଏସ୍ୟୁବି ଖେଳପଡିଆ ଠାରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପରେ ସୋରଡା ଠାରେ ଆୟୋଜିତ ମିନି ଷ୍ଟାଡିୟମ୍ ଏବଂ ଆସିକା ସ୍ଥିତ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ 5T ସଚିବ ଭିକେ ପାଣ୍ଡିଆନ । ଏହାପରେ ସ୍ଥାନୀୟ ମିଶନ ଶକ୍ତି କାଫେରେ ପହଞ୍ଚି ଅନୁଧ୍ୟାନ ପରେ ପୋଲସରା ସ୍ଥିତ ଲୁଣି ଘାଟି ଷ୍ଟାଡିୟମ୍ ଠାରେ ଆୟୋଜିତ ଜନଶୁଣାଣି ଏବଂ ଶେଷରେ ଖଲ୍ଲିକୋଟ ସ୍ଥିତ ଆର୍ସିଏମ୍ କଲେଜ ଖେଳପଡିଆରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଇଟିଭି ଭାରତ ବ୍ରହ୍ମପୁର