ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ପ୍ରତିଷ୍ଠା ହେବ ୬୦୦ ଶଯ୍ୟା ବିଶିଷ୍ଟ ଇନଡୋର ଚିକିତ୍ସା ସୁବିଧା । 2 ଦିନିଆ ଗଞ୍ଜାମ ଜିଲ୍ଲାରେ ଆସି 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଏନେଇ ଘୋଷଣା କରିଛନ୍ତି । ଏଥିସହ ଏମକେସିଜିରେ ଛାତ୍ରାବାସ ଓ ଛାତ୍ରୀନିବାସ ନୂତନ କୋଠା ନିର୍ମାଣ ସହିତ ପୁରାତନ କୋଠାର ମରାମତି ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ସିଧାସଳଖ ଆଲୋଚନା କରିଥିଲେ ।
ଦୁଇ ଦିନିଆ ଗଞ୍ଜାମ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ । ଏହି ସମୟରେ ବିଭିନ୍ନ ସ୍ଥାନକୁ ପରିଦର୍ଶନ କରି ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି । ତେବେ ଗଞ୍ଜାମ ଜିଲ୍ଲାର ପ୍ରମୁଖ ଚିକିତ୍ସାଳୟ ଏମ୍.କେ.ସି.ଜି ମେଡିକାଲରେ ଖୁବଶୀଘ୍ର ୬୦୦ ଶଯ୍ୟା ବିଶିଷ୍ଟ ଇନଡୋର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ନେଇ ଘୋଷଣା କରିଛନ୍ତି । ତେବେ ଖୁବଶୀଘ୍ର ଏନେଇ କାର୍ଯ୍ୟ ଆରମ୍ଭ ହେବ । ଆଜି ଭୋର ସମୟରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଗସ୍ତ କରି ମେଡିକାଲର ଉନ୍ନୟନମୂଳକକୁ ଅନୁଧ୍ୟାନ କରିଥିଲେ ।
ଏଥିସହ ମେଡିକାଲ ଓ କଲେଜର ବିକାଶ ପାଇଁ କରାଯାଇଥିବା ମାଷ୍ଟର ପ୍ଲାନକୁ ସମୀକ୍ଷା କରି ମେଡିକାଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ । ପରେ ମେଡିକାଲର ଡାକ୍ତର ଏବଂ ଛାତ୍ରଛାତ୍ରୀମାନଙ୍କ ସହ ମଧ୍ୟ କଲେଜର ସମସ୍ୟା ସମ୍ବନ୍ଧରେ ପଚାରିବୁଝିଥିଲେ । ଛାତ୍ରଛାତ୍ରୀମାନେ ସେମାନଙ୍କ ଛାତ୍ରାବାସ ଓ ଛାତ୍ରୀନିବାସ ନୂତନ କୋଠା ନିର୍ମାଣ ସହିତ ପୁରାତନ କୋଠାର ମରାମତି ସହିତ ରହିଥିବା ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଜଣାଇଥିଲେ ।