ବ୍ରହ୍ମପୁର: ଦୁଇଦିନିଆ ଗଞ୍ଜାମ ଗସ୍ତରେ 5ଟି ଅଧ୍ୟକ୍ଷ ପାଣ୍ଡିଆନ । ପ୍ରଥମେ ହିଞ୍ଜିଳିକାଟୁର ସମରଝଳରେ ଓଲ୍ଲାଇଥିଲେ । ପରେ ପୋଚିଲିମା ଖାମ୍ବିୟାଦୋରା କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟ, ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ, ଶେରଗଡ ଆଦି ବୁଲି ଦେଖିଥିଲେ । ପରେ ମାଆ ବୁଢୀ ଠାକୁରାଣୀ ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କରିବା ଯୋଜନା ରହିଛି । ଦ୍ବୀତିୟ ଦିନରେ ଏମ୍.କେ.ସି.ଜି ମେଡିକାଲ କଲେଜ ଯିବା ସୂଚନା ମିଳିଛି ।
ଦୁଇଦିନିଆ ଗଞ୍ଜାମ ଗସ୍ତରେ ଆସିଛନ୍ତି 5ଟି ଅଧ୍ୟକ୍ଷ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ । ଅଧ୍ୟକ୍ଷ ଆସି ପ୍ରଥମେ ହିଞ୍ଜିଳିକାଟୁର ସମରଝଳ ଛକରେ ପ୍ରସ୍ତୁତ କରାଯାଇଥିବା ହେଲିପ୍ୟାଡରୁ ଓଲ୍ଲାଇଥିଲେ । ସେଠାରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀର ହିଞ୍ଜିଳିକାଟୁର ପୋଚିଲିମା ଖାମ୍ବିୟାଦୋରା କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟରେ ପ୍ରଥମେ ପହଞ୍ଚିଥିଲେ । ପରେ ସେଠାରେ କଲେଜ ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କରିବା ସହ ଉପସ୍ଥିତ ବିଦ୍ୟାର୍ଥୀଙ୍କ ସହିତ ଆଲୋଚନା କରିଥିଲେ । ସେଠାରୁ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମରେ ଆୟୋଜିତ ହୋଇଥିବା ନୂଆ-ଓଡିଶା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ସେଠାକୁ ବିଭିନ୍ନ କଲେଜରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ।ତାପରେ ହିଞ୍ଜିଳିକାଟୁ ଛକରେ ରହିଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ 5ଟି ଅଧ୍ୟକ୍ଷ । ସେଠାରୁ ଶେରଗଡ ବ୍ଲକର ଶେରଗଡ ସ୍ଥିତ ଗ୍ରାମୀଣ ଶିଳ୍ପ ପାର୍କରେ ମିଶନ ଶକ୍ତି ମହିଳାଙ୍କ ସହ ଆଲୋଚନା କରିବା ସହିତ ବ୍ଲକରେ ଚାଷୀଙ୍କ ସହ ଆଲୋଚନା କରିଥିଲେ ।