ଭଞ୍ଜନଗର: ସାରାବିଶ୍ବରେ ଏବେ ତାଣ୍ଡବ ରଚୁଛି ମହାମାରୀ କୋରୋନା । ଏନେଇ ସାରା ଦେଶ ସ୍ତବ୍ଧ । ଏଥିରୁ ମୁକୁଳିବା ପାଇଁ ସରକାର ଲକଡାଉନକୁ ଆଉ ଦୁଇ ସପ୍ତାହ ବୃଦ୍ଧି କରିଥିବାବେଳେ ପୁଣି ଚତୃର୍ଥ ଦିନରେ ପହଞ୍ଚିଲା ଗଞ୍ଜାମ ଭଞ୍ଜନଗରରେ ପ୍ରବାସୀ ଓଡ଼ିଆଙ୍କ ଆଉ ଗୋଟିଏ ବସ । ସେଥିରେ 56 ଜଣ ପ୍ରବାସୀ ଓଡ଼ିଆ ଥିବାବେଳେ ଜଣେ ମହିଳା ଓ 5 ବର୍ଷର ଶିଶୁ ମଧ୍ୟ ରହିଛନ୍ତି ।
ଭଞ୍ଜନଗରରେ ପହଁଞ୍ଚିଲେ 56 ପ୍ରବାସୀ ଓଡ଼ିଆ - ପ୍ରବାସୀ ଓଡ଼ିଆ
ସାରାବିଶ୍ବରେ ଏବେ କୋରୋନା ତାଣ୍ଡବ ରଚୁଥିବା ବେଳେ ଲକଡାଉନକୁ ଆଉ ଦୁଇ ସପ୍ତାହ ବୃଦ୍ଧି କଲେ କେନ୍ଦ୍ର ସରକାର । ଏପଟେ 56 ପ୍ରବାସୀ ଓଡ଼ିଆଙ୍କ ସହ ଭଞ୍ଜନଗର ପହଞ୍ଚିଲା ଆଉ ଗୋଟିଏ ବସ । ଅଧିକ ପଢନ୍ତୁ...

ଭଞ୍ଜନଗର ପହଁଚିଲେ ପୁଣି 56 ପ୍ରବାସୀ ଓଡ଼ିଆ
ଭଞ୍ଜନଗର ପହଁଚିଲେ ପୁଣି 56 ପ୍ରବାସୀ ଓଡ଼ିଆ
ବସଟି ରାସ୍ତା ଭୁଲି ଦଶପଲ୍ଲା ପଳାଇ ଯାଇଥିଲା ଖବର ପାଇ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ବସଟିକୁ ତାର ଗନ୍ତବ୍ୟ ସ୍ଥଳ ତୁରୁମୁ କ୍ଵାରେଣ୍ଟାଇନ ଗୃହକୁ ଆଣିଛନ୍ତି । ସେଠାରେ ଡାକ୍ତରୀ ଟିମ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରି ଚଉଦ ଦିନ କ୍ଵାରେଣ୍ଟାଇନରେ ରଖିବା ପରେ ନିଜ ନିଜ ଘରକୁ ପଠାଇବେ । ଯଦି ଏହା ଭିତରେ କାହା ପାଖରେ କିଛି ଲକ୍ଷଣ ଦେଖାଯାଏ ତେବେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ପଠାଯିବା ବନ୍ଦୋବସ୍ତ କରାଯାଇଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ