ଓଡିଶା

odisha

ETV Bharat / state

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର 54ତମ ପ୍ରତିଷ୍ଠା ଦିବସ: ସମ୍ମାନିତ ହେଲେ ପ୍ରତିଭା ରାୟ - berhampur university

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର 54ତମ ପ୍ରତିଷ୍ଠା ଦିବସ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ପଦ୍ମଶ୍ରୀ ଡ଼ଃ ପ୍ରତିଭା ରାୟଙ୍କୁ ବିଶ୍ବବିଦ୍ୟାଳୟର ସମ୍ମାନଜନକ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇଛି ।

54th foundation day of berhampur university
ବ୍ରହ୍ମପୁର ବିଶ୍ବବିଦ୍ୟାଳୟର 54ତମ ପ୍ରତିଷ୍ଠା ଦିବସ

By

Published : Jan 2, 2020, 6:30 PM IST

Updated : Jan 7, 2020, 4:48 PM IST

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର 54ତମ ପ୍ରତିଷ୍ଠା ଦିବସ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ପଦ୍ମଶ୍ରୀ ଡ଼ଃ ପ୍ରତିଭା ରାୟଙ୍କୁ ବିଶ୍ବବିଦ୍ୟାଳୟର ସମ୍ମାନଜନକ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇଛି ।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର 54ତମ ପ୍ରତିଷ୍ଠା ଦିବସ

ବିଶ୍ବବିଦ୍ୟାଳୟର ସିଡିସିର ନିର୍ଦ୍ଦେଶକ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର କୂଳପତି ପ୍ରଫେସର ଗୋବିନ୍ଦ ଯୋସେଫ ଚକ୍ରପାଣି, ୟୁଏନଓରେ କାର୍ଯ୍ୟରତ ଥିବା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ସତ୍ୟ ସୁନ୍ଦର ତ୍ରିପାଠୀ, ବିଶ୍ବବିଦ୍ୟାଳୟର କୁଳସଚିବ ରଞ୍ଜନ କୁମାର ବିଶ୍ବାଳ, ପି.ଜି କାଉନସିଲର ଅଧ୍ୟକ୍ଷ ପ୍ରଫେସର ଅରୁନ୍ଧତୀ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଦକ୍ଷିଣ ଓଡିଶା ଲୋକସଂସ୍କୃତି ସମ୍ମାନରେ ଲକ୍ଷ୍ମଣ ଶବର ଓ ନରସିଂହ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବ୍ରହ୍ମପୁରର ହୃଷିକେଶ ପାଣିଗ୍ରାହୀ ଏବଂ ଭଂଞ୍ଜନଗରର ପ୍ରଶାନ୍ତ ମହାନ୍ତିଙ୍କୁ ପ୍ରତିଭା ସମ୍ମାନ ଏବଂ ୟୁଏନଓରେ କାର୍ଯ୍ୟରତ ଥିବା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ସତ୍ୟ ସୁନ୍ଦର ତ୍ରିପାଠୀ ଶ୍ରେଷ୍ଠ ପୂର୍ବତନ ଛାତ୍ର, ଓଡିଶା ଏବଂ ଝାଡଖଣ୍ଡରେ ସ୍ୱାସ୍ଥବିଭାଗରେ କାର୍ଯ୍ୟରତ ଥିବା ପରାମର୍ଶଦାତା ଡ଼ଃ ସତ୍ୟବ୍ରତ ମହାପାତ୍ରଙ୍କୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଭାବରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ପଦ୍ମଶ୍ରୀ ପ୍ରତିଭା ରାୟ ନିଜ ବକ୍ତବ୍ୟରେ ଶୃଙ୍ଖଳା ଓ ସମାୟାନୁବର୍ତ୍ତିତା ସଂପର୍କରେ ଉପସ୍ଥିତ ବିଦ୍ୟାର୍ଥୀଙ୍କୁ ମତବ୍ୟକ୍ତ କରିବା ସହ ବିଶ୍ବ ପାଇଁ ନିଜର କର୍ତ୍ତବ୍ୟ ସଂପର୍କରେ ଆଲୋକପାତ କରାଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jan 7, 2020, 4:48 PM IST

ABOUT THE AUTHOR

...view details