ଓଡିଶା

odisha

ETV Bharat / state

ପେଟ୍ରୋଲିଂରେ ଧରା ପଡିଲେ 5 ଡକାୟତ

ଗତ ଶନିବାର  ବିଳମ୍ବିତ ରାତିରେ ପୋଲିସ ପେଟ୍ରୋଲିଂ କରୁଥିବାବେଳେ ବିଶେଷ ସୂତ୍ରରୁ ଖବର  ପାଇ 5 ଜଣ ଡକାୟତଙ୍କୁ ଗିରଫ କରିଛି ।

By

Published : Jul 7, 2019, 5:20 PM IST

Updated : Jul 7, 2019, 5:56 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡ଼ା ପୋଲିସକୁ ମିଳିଛି ବଡ ସଫଳତା । ଗତ ଶନିବାର ବିଳମ୍ବିତ ରାତିରେ ପୋଲିସ ପେଟ୍ରୋଲିଂ କରୁଥିବାବେଳେ ବିଶେଷ ସୂତ୍ରରୁ ଖବର ପାଇ 5 ଜଣ ଡକାୟତଙ୍କୁ ଧରିବାରେ ସକ୍ଷମ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ସୂଚନା ଅନୁଯାୟୀ, ଗତ ଶନିବାର ବିଳମ୍ବିତ ରାତ୍ରିରେ ପୋଲିସ ପେଟ୍ରୋଲିଂ କରୁଥିବାବେଳେ ଲାଠିପଡ଼ା ହାଇସ୍କୁଲ ପଡିଆରେ କିଛି ଯୁବକ ମାରଣାସ୍ତ୍ର ଧରି ଡକାୟତି ଯୋଜନା କରୁଛନ୍ତି ବୋଲି ବିଶେଷ ସୂତ୍ରରୁ ଖବର ପାଇଥିଲେ । ଏହାପରେ ସଙ୍ଗେସଙ୍ଗେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ପୋଲିସକୁ ଦେଖି ତିନି ଜଣ ଡକାୟତ ମୋଟର ସାଇକେଲ ଯୋଗେ ଫେରାର ହୋଇଯାଇଥିବା ବେଳେ ଅନ୍ୟ ପାଞ୍ଚ ଖସିଯିବା ପାଇଁ ପ୍ରୟାସ କରିଥିଲେ । କିନ୍ତୁ ପୋଲିସ ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା ।

ସେମାନଙ୍କୁ ତଲାସୀ ବେଳେ ପୋଲିସ ସେମାନଙ୍କ ଠାରୁ ଦୁଇଟି ଅଫୁଟା ବୋମା, ଗୋଟିଏ ଦେଶୀ ପିସ୍ତଲ, ଦୁଇଟି ଭୁଜାଲି, ଦୁଇଟି ଲୁହାରଡ଼ ଜବତ କରିଥିଲା । ଏଥିସହ ସେମାନଙ୍କୁ ପଚରା ଉଚରା କରିବାରୁ ଡକାୟତି ଯୋଜନା କରୁଥିବା କଥା ସେମାନେ ମାନିଥିଲେ ।

ଏକ ବଡ଼ ଧରଣର ଅଘଟଣକୁ ସୋରଡ଼ା ପୋଲିସ ଏଡାଇ ଦେଇଥିବାବେଳେ ରବିବାର ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।


ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Last Updated : Jul 7, 2019, 5:56 PM IST

ABOUT THE AUTHOR

...view details