ଓଡିଶା

odisha

ଅଟୋ ଓଲଟି 5 ଗୁରୁତର

By

Published : Apr 17, 2020, 5:46 PM IST

ପାଞ୍ଚଜଣ ଉଜ୍ଜଳା ଯୋଜନାରେ ଗ୍ୟାସ ଆଣିବାକୁ କଳମ୍ବ ଗ୍ୟାସ ଡିପୋକୁ ଯାଉଥିଲେ । ବିଷ୍ଣୁଚକ୍ରଠାରେ କୃଷ୍ଣସାର ମୃଗ ରାସ୍ତା ପାର ହେଉଥିବାବେଳେ ଭାରସାମ୍ୟ ହରାଇ ଓଲଟିଥିଲା ଅଟୋ । ଅଧିକ ପଢନ୍ତୁ...

ଅଟୋ ଓଲଟି 5 ଗୁରୁତର
ଅଟୋ ଓଲଟି 5 ଗୁରୁତର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବାଲିପଦର ଫାଣ୍ଡି ଅନ୍ତର୍ଗତ ବିଷ୍ଣୁଚକ୍ରଠାରେ ଦୁର୍ଘଟଣା । ଅଟୋ ଓଲଟି 5 ଗୁରୁତର । 108 ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । 2 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଅଟୋ ଓଲଟି 5 ଗୁରୁତର

ସୂଚନା ଅନୁସାରେ, କୋରୋନା ମହାମାରୀ ଯୋଗୁଁ କେନ୍ଦ୍ର ସରକାର ଉଜ୍ଜଳା ଯୋଜନାରେ ଗରିବ ହିତାଧିକାରୀଙ୍କୁ ମାଗଣାରେ ତିନୋଟି ଗ୍ୟାସ ଦେବାକୁ ଘୋଷଣା କରିଛନ୍ତି । ତେଣୁ ଗ୍ରାମର ପାଞ୍ଚଜଣ ଉଜ୍ଜଳା ଯୋଜନାରେ ଗ୍ୟାସ ଆଣିବାକୁ କଳମ୍ବ ଗ୍ୟାସ ଡିପୋକୁ ଯାଉଥିଲେ । ବିଷ୍ଣୁଚକ୍ରଠାରେ କୃଷ୍ଣସାର ମୃଗ ରାସ୍ତା ପାର ହେଉଥିବାବେଳେ ଭାରସାମ୍ୟ ହରାଇ ଓଲଟିଥିଲା ଅଟୋ ।

ଫଳରେ ଅଟୋରେ ଥିବା ସମସ୍ତ ଯାତ୍ରୀଙ୍କୁ ଆଘାତ ଲାଗିଥିଲା । ଲକଡାଉନରେ ଘରୁ ବାହାରିବାକୁ ସରକାର ବାରଣ କରିଛନ୍ତି । ତଥାପି ଗୋଟିଏ ଅଟୋରେ ପାଞ୍ଚ ଜଣ ଯାତ୍ରୀଙ୍କୁ ନେବା ଦର୍ଶାଉଛି ଆମେ କେତେ ସଚେତନ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details