ଓଡିଶା

odisha

ETV Bharat / state

ଗଞ୍ଜାମରୁ 45 କେଜି ଗଞ୍ଜେଇ ଜବତ, 3 ଗିରଫ

ଗଞ୍ଜାମ ଖଣ୍ଡରା ଛକ ନିକଟରୁ 45 କେଜି ଗଞ୍ଜେଇ ଜବତ କରିବା ସହ 3 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

By

Published : Jul 22, 2019, 10:03 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପୋଲିସକୁ ସଫଳତା । ଗତକାଲି(ରବିବାର) ଖଣ୍ଡରା ଛକ ନିକଟରୁ 45 କିଲୋ ଗଞ୍ଜେଇ ଜବତ କରିବା ସହ ଘଟଣାରେ 3 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ସୂଚନାମୁତାବକ, ପୋଲିସ ପାଟ୍ରୋଲିଂ ସମୟରେ ଏକ କଳା ରଙ୍ଗର କାରକୁ ଅଟକାଇ ଯାଞ୍ଚ କରୁଥିବାବେଳେ ତା'ଭିତରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା । ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ତେବେ ଜବତ ଗଞ୍ଜେଇ କନ୍ଧମାଳରୁ ଦିଲ୍ଲୀକୁ ଚାଲାଣ ହେଉଥିବା ଜଣାପଡିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ABOUT THE AUTHOR

...view details