ଓଡିଶା

odisha

କେରଳରୁ ଓଡିଶା ଫେରାଇ ଆଣିବାକୁ ଓଡିଆ ଶ୍ରମିକଙ୍କ ଗୁହାରି

By

Published : Mar 26, 2020, 11:29 AM IST

400ରୁ ଉର୍ଦ୍ଧ୍ବ ଓଡିଆ ଶ୍ରମିକ କେରଳରେ ଫସି ରହିଥିବା ଏକ ଭିଡିଓରୁ ଜଣାପଡିଛି। ତେବେ ଫସିରହିଥିବା ସମସ୍ତ ଓଡିଆ ଶ୍ରମିକ ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳର ନୂଆଗାଁ, ବୋରଦା, କାଠଗଡ଼ା, ଅସୁରବନ୍ଧ, ନୋକାମାରି ଗ୍ରାମର ବୋଲି ଜଣାପଡିଛି ।

coronavirus updates
କେରଳରୁ ଓଡିଶା ଫେରାଇ ଆଣିବାକୁ ଓଡିଆ ଶ୍ରମିକଙ୍କ ଗୁହାରୀ

ଭଞ୍ଜନଗର: ମାରାତ୍ମକ କୋରୋନା ଭାଇରସ ବ୍ୟାପିବାରୁ ରୋକିବା ପାଇଁ ସାରା ଦେଶକୁ ଲକ ଡାଉନ ଘୋଷଣା କରାଯାଇଛି । ଏହା ମଧ୍ୟରେ 400ରୁ ଉର୍ଦ୍ଧ୍ବ ଓଡିଆ ଶ୍ରମିକ କେରଳରେ ଫସି ରହିଥିବା ଏକ ଭିଡିଓରୁ ଜଣାପଡିଛି। ତେବେ ଫସିରହିଥିବା ସମସ୍ତ ଓଡିଆ ଶ୍ରମିକ ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳର ନୂଆଗାଁ, ବୋରଦା, କାଠଗଡ଼ା, ଅସୁରବନ୍ଧ, ନୋକାମାରି ଗ୍ରାମର ବୋଲି ଜଣାପଡିଛି ।

କେରଳରୁ ଓଡିଶା ଫେରାଇ ଆଣିବାକୁ ଓଡିଆ ଶ୍ରମିକଙ୍କ ଗୁହାରୀ

ସୂଚନା ଅନୁଯାୟୀ, ଗଞ୍ଜାମର ଏହି ଶ୍ରମିକ ମାନେ ନିଜ ପରିବାର ପୋଷିବା ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଛନ୍ତି । ମାତ୍ର କୋରୋନା ଭାଇରସ ଯୋଗୁ ସମଗ୍ର ଦେଶକୁ ଲକ୍ ଡାଉନ ଘୋଷଣା କରାଯାଇଥିବା ବେଳେ ସେମାନଙ୍କ କାମଧନ୍ଦା ବନ୍ଦ ହୋଇଯାଇଛି ।

ଆଜକୁ ସାତ ଦିନ ହେଲା କାମଧନ୍ଦା ବନ୍ଦ ହୋଇଯାଇଥିବା ବେଳେ ଶ୍ରମିକମାନଙ୍କ ଘର ମାଲିକ ସେମାନଙ୍କୁ ଘର ଖାଲି କରିବାକୁ କହୁଛନ୍ତି । ଏପଟେ କାମ ବନ୍ଦ ଥିବାରୁ ଶ୍ରମିକମାନେ ଦୁଇ ବେଳା ଖାଇବା ପାଇଁ ସେମାନଙ୍କ ପାଖେ ଟଙ୍କାଟିଏ ନାହିଁ ।

ତେବେ ଏମାନଙ୍କ ପାଖରେ ଖାଇବାକୁ ଟଙ୍କା ଅଛି ନା ନିଜ ଭିଟାମାଟିକୁ ଫେରିବାକୁ ରାସ୍ତା ଅଛି । ତେଣୁ ସେମାନଙ୍କୁ ଓଡିଶା ଫେରାଇ ଆଣିବାକୁ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଭିଡିଓ ଜରିଆରେ ଗୁହାରି କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details