ଓଡିଶା

odisha

ETV Bharat / state

ଆଶ୍ଚର୍ଯ୍ୟକର ଆରବ: ଇଣ୍ଡିଆ ବୁକ ଅଫ ରେକର୍ଡରେ 4 ବର୍ଷୀୟ ବାଳକ - ଇଣ୍ଟିଆ ବୁକ୍ ଅଫ୍ ରେକର୍ଡରେ ଗଞ୍ଜାମ ପୁଅ

ମାତ୍ର 4 ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ଗଞ୍ଜାମର ଆରବ ପଟ୍ଟନାୟକ ଦାସ । ଦେଖନ୍ତୁ କେଉଁ ପ୍ରତିଭା ପାଇଁ ଏପରି ନାମ କରିପାରିଛନ୍ତି ଆରବ । ଅଧିକ ପଢନ୍ତୁ...

ଆଶ୍ଚର୍ଯ୍ୟ ଆରବ: 4 ବର୍ଷରୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ
ଆଶ୍ଚର୍ଯ୍ୟ ଆରବ: 4 ବର୍ଷରୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ

By

Published : Jul 28, 2021, 4:33 PM IST

ବ୍ରହ୍ମପୁର: ବୟସ ମାତ୍ର ଚାରି ବର୍ଷ । ଭଲ ଭାବରେ କଥା କହି ପାରୁନଥିବା ଏହି ଶିଶୁଟିର କିନ୍ତୁ ରହିଛି ବିଚକ୍ଷଣ ପ୍ରତିଭା । ଯେଉଁଥିପାଇଁ ସେ କରିପାରିଛନ୍ତି ଇଣ୍ଡିଆ ବୁକ ଅଫ୍ ରେକର୍ଡ । ପରିବାରର ସମସ୍ତ ସଦସ୍ୟଙ୍କୁ ଚିହ୍ନିପାରୁନଥିବା ଶିଶୁର ମୁହଁରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ନାମ । ଯେଉଁ ବୟସରେ ପିଲାଏ ଠିକରେ କଥାକହି ପାରନ୍ତି ନାହିଁ ସେ ଏକଦମ ନିର୍ଭୁଲ ଭାବେ କହୁଛନ୍ତି ଜାତୀୟ ଅନ୍ତର୍ଜାତୀୟ ଭାଷା । ଶବ୍ଦଗୁଡିକୁ ଏକଦମ ନିର୍ଭୁଲ ଭାବେ ବୁଝି ଖୁବ ସୁନ୍ଦର ଆବୃତ୍ତି କରିପାରୁଛନ୍ତି । ଆଜ୍ଞା ହଁ ଆପଣ ମଧ୍ୟ ଏ ପିଲାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଇଣ୍ଡିଆ ବୁକ ଅଫ ରେକର୍ଡରେ 4 ବର୍ଷୀୟ ବାଳକ
ଜନ୍ମ ଖୋର୍ଦ୍ଧା ଓ ପାଠପଢା ବେଙ୍ଗାଲୁରୁରେ ହୋଇଥିଲେ ମଧ୍ୟ ସେ ହେଉଛନ୍ତି ଗଞ୍ଜାମର ମୂଳ ବାସିନ୍ଦା । ଆମେ କହୁଛୁ ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇଥିବା ସିଦ୍ଧାର୍ଥ ଶଙ୍କର ଦାସ ଓ ବନ୍ୟା ପଟ୍ଟନାୟକ ପୁଅ ଆରବ ପଟ୍ଟନାୟକଙ୍କ କଥା । ଅତି କମ୍ ବୟସରୁ ଆରବଙ୍କ ପ୍ରତିଭା ସଭିଙ୍କୁ ଚମକାଇ ଦେଇଛି । ବିଭିନ୍ନ ସାଧାରଣ ଜ୍ଞାନର ପ୍ରଶ୍ନୋତ୍ତର, 1 ରୁ 100 ଏବଂ 100 ରୁ 1 ପର୍ଯ୍ୟନ୍ତ ଓଲଟାଇ ଗଣିବା, ହିନ୍ଦି, ଓଡିଆ, ଇଂରାଜୀ ଭାଷାରେ ରାଇମ୍ସ ଆଦି ଆବୃତ୍ତି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ କରିପାରିଛନ୍ତି ଆରବ । ଆରବଙ୍କ ଏହି ପ୍ରତିଭା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କୁ ଟ୍ବିଟ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ।

ତୁଳସୀ ଦୁଇ ପତ୍ରରୁ ବାସିବା ପରି ମାତ୍ର 4 ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଆରବ । ଆଉ ପୁଅର ଏହି ପ୍ରତିଭାକୁ ନେଇ ବାପା ମା ଖୁସିରେ ଆତ୍ମହରା ଥିବାବେଳେ ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details