ଭଞ୍ଜନଗର:ଡକାୟତି ଯୋଜନା କରୁଥିବା 4 ଜଣ ଯୁବକଙ୍କୁ ଗିରଫ କଲା ଗଞ୍ଜାମ ଆସିକା ପୋଲିସ । ଗିରଫ ଯୁବକ ମାନଙ୍କ ଠାରୁ ମାଉଜର, ଖଣ୍ଡା, କାତି, ବୋମା ଓ ଦୁଇଟି ମୋଟରସାଇକେଲ ସହିତ ଡକାୟତିରେ ବ୍ୟବହୃତ ଅନ୍ୟ ସାମଗ୍ରୀ ମାନ ଜବତ କରିଛି ପୋଲିସ ।
ଡକାୟତି ଯୋଜନା ପଣ୍ଡ, 4 ଗିରଫ - ଗଞ୍ଜାମ ପୋଲିସ
ଆସିକା ଚାରିମାଇଲ ନିକଟ ଦାଶନାପଲି ବିଶ୍ରାମଗାରରେ ଡକାୟତ ପାଇଁ ଯୋଜନା ବେଳେ 4 ଜଣ ଯୁବକଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...
ଡକାୟତି ଯୋଜନା ପଣ୍ଡ, 4 ଗିରଫ
ସୂଚନାମୁତାବକ, ଆସିକା ଚାରିମାଇଲ ନିକଟ ଦାଶନାପଲି ବିଶ୍ରାମଗାରରେ ଡକାୟତ ପାଇଁ ଯୋଜନା ବେଳେ ପୋଲିସ ଗିରଫ କରିଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜଣେ ଫେରାର ହୋଇଯାଇଥିବାର ସୂଚନା ଦେଇଛନ୍ତି ଆସିକା ଏସଡିପିଓ ଉମା ଶଙ୍କର ସିଂ ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ