ବ୍ରହ୍ମପୁର:ଗଞ୍ଜାମ ଆଞ୍ଚଳିକ ପରିବହନ ବିଭାଗ (RTO) କାର୍ଯ୍ୟାଳୟରେ ପୋଲିସର ଚଢାଉ । ଚଢ଼ାଉ ବେଳେ 4 ଜଣ ଦଲାଲ୍ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେମାନେ ହେଲେ ପାଲିଆ ଛତ୍ରପୁରର ଜଗନ୍ନାଥ ସାହୁ, କୁମାରବେଗପଲ୍ଲୀ ଗାଁର ରବୀନ୍ଦ୍ର କୁମାର ଗୌଡ, ବ୍ରହ୍ମପୁର ଅଞ୍ଚଳର ପି.ଚନ୍ଦ୍ର ଶେଖର ଏବଂ ଛତ୍ରପୁର ଜାତୀୟ ରାଜପଥରେ ରହିଆସୁଥିବା ଏମ. ଡି ଆହ୍ଲାଉଧିନ । ରାଜ୍ୟ ସରକାରଙ୍କ ପକ୍ଷରୁ ଆରଟିଓ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବା ପାଇଁ ପ୍ରୟାସ କରାଯାଉଛି । ଏଥିପାଇଁ ବିଭିନ୍ନ ସମୟରେ ଆରଟିଓରେ ଅତର୍କିତ ଚଢାଉ ହେଉଛି । ଏହି କ୍ରମରେ ଛତ୍ରପୁର ଆରଟିଓ କାର୍ଯ୍ୟାଳୟରେ ଚଢାଉ କରାଯାଇ ସେଠାରୁ 4 ଦଲାଲଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଆଦର୍ଶ ଥାନା ପୋଲିସ l ଏନେଇ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଛତ୍ରପୁର SDPO ଗୌରହରି ସାହୁ ।
ତେବେ ଗତ କିଛି ଦିନ ଧରି ଛତ୍ରପୁର ଆରଟିଓ ଅଫିସରେ ଦଲାଲଙ୍କ ପାର୍ଦୁଭାବ ବଢ଼ି ଚାଲିଥିଲା l ଜନସାଧାରଣ ସରକାରୀ କାର୍ଯ୍ୟାଳୟକୁ ଆସି ସେମାନଙ୍କ କବଜାରେ ପଡି ଲୁଟର ଶିକାର ହେଉଥିଲେ । ଏଥିସହ ସରକାରୀ ନିର୍ଦ୍ଧାରିତ ଅର୍ଥ ଠାରୁ ସେମାନେ ଅତ୍ୟଧିକ ଅର୍ଥ ହଡପ କରୁଥିବା ଖୋଦ୍ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ - ଅନ୍ୟଜମିକୁ ନିଜ ନାଁରେ ଦର୍ଶାଇ ଠକିଥିଲେ ଲକ୍ଷାଧିକ ଟଙ୍କା, 2 ଜମି ଦଲାଲ ଗିରଫ