ଓଡିଶା

odisha

ETV Bharat / state

Food Poisoning ! ବିଷାକ୍ତ ଖାଦ୍ୟ ଖାଇ ଶିକ୍ଷୟିତ୍ରୀଙ୍କ ସମେତ ୩ ମୃତ, ଜଣେ ଗୁରୁତର - eat poison food lost 3 lives Berhampur news

ବିଷାକ୍ତ ଖାଦ୍ୟ ନେଲା ଗୋଟିଏ ପରିବାର ୩ ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ରହିଛନ୍ତି ଶିକ୍ଷୟିତ୍ରୀ ଏବଂ ତାଙ୍କର ଦୁଇ ପୁଅ । ଅଧିକ ପଢନ୍ତୁ

ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାର ଗଲା ୩ ଜଣଙ୍କ ଜୀବନ, ଜଣେ ଗୁରୁତର
ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାର ଗଲା ୩ ଜଣଙ୍କ ଜୀବନ, ଜଣେ ଗୁରୁତର

By ETV Bharat Odisha Team

Published : Sep 18, 2023, 10:57 PM IST

ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାର ଗଲା ୩ ଜଣଙ୍କ ଜୀବନ, ଜଣେ ଗୁରୁତର

ବ୍ରହ୍ମପୁର: ବିଷାକ୍ତ ଖାଦ୍ୟ ନେଲା ଗୋଟିଏ ପରିବାର 3 ଜଣଙ୍କ ଜୀବନ । ଏପରି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଶେରଗଡ ଥାନା ଅଞ୍ଚଳରେ । ଶେରଗଡ ଅଞ୍ଚଳର ମହାତ୍ମାଗାନ୍ଧି ଉଚ୍ଚ ବିଦ୍ଯାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ସାବିତ୍ରୀ ସାହୁଙ୍କ ପରିବାର ଗତକାଲି ରାତ୍ର ସମୟରେ ସମସ୍ତେ ଘରେ ଖାଇ ସାରିବା ପେର ସମସ୍ତ ସଦସ୍ଯଙ୍କର ଝାଡା ବାନ୍ତି ହୋଇଥିଲା ।ସକାଳେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସ୍ୱାମୀ ପ୍ରଶାନ୍ତ ଡାକୁଆ ଶେରଗଡ଼ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ପ୍ରଶାନ୍ତଙ୍କ ମାଆ ଉର୍ମିଳା ଡାକୁଆ ଅବସ୍ଥା ଗୁରୁତର ଥିବା ଜଣା ପଡିଛି ।ଗଞ୍ଜାମ ଜିଲ୍ଲାର ଶେରଗଡ ଅଞ୍ଚଳର ଶ୍ରୀରାମ ନଗରରେ ଘଟିଯାଇଛି ଏଭଳି ଏକ ଘଟଣା । ପରିବାରର ୩ ଜଣ ସଦସ୍ଯଙ୍କ ମୃତ୍ଯୁ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁସାରେ ପ୍ରଶାନ୍ତ ଡାକୁଆ ଗତକାଲି ରାତିରେ ସାନ ପୁଅର ବାନ୍ତି ଆରମ୍ଭ ହୋଇଥିବା ବେଳେ ଔଷଧ ଦେବା ପରେ ସେ ସାମାନ୍ୟ ସୁସ୍ଥ ହୋଇଥିଲେ । ହେଲେ ତାହାର କିଛି ସମୟ ପରେ ପୁଣି ଜଣେ ପରେ ଜଣେ ସଦସ୍ଯଙ୍କୁ ଏପରି ବାନ୍ତି ହୋଇଥିଲା ।ଏପରିକି ଗତକାଲି ରାତ୍ରରେ ପରିବାରର ସମସ୍ତେ କେବଳ ଘର ଖାଦ୍ୟ ଖାଇଥିବାବେଳେ କୌଣସି ବହାର ଖାଦ୍ୟ ଖାଇନଥିଲେ ।ତେବେ ଏହି ଘଟଣାପରେ ଖାଦ୍ଯର ବିଷାକ୍ତକରଣ କିପରି ହେଲା ତାହାକୁ ନେଇ ବର୍ତ୍ତମାନ ସନ୍ଦେହ ଘେରରେ ରହିଛି ପରିବାର ।

ଏହା ମଧ୍ୟ ପଢନ୍ତୁ....ପିତାଭାତ ଖାଇ ପରିବାରର ୩୦ରୁ ଉର୍ଦ୍ଧ୍ବ ଅସୁସ୍ଥ

ଡାକ୍ତରଙ୍କ କହିଛନ୍ତି, "ପ୍ରଥମେ ପ୍ରଶାନ୍ତ ମେଡିକାଲକୁ ଆସି ତାଙ୍କର ପେଟ କାଟି ଝାଡାବାନ୍ତି ହେଉଥିବା କହି ଚିକିତ୍ସା କରାଇଥିଲେ ।ପରେ ତାଙ୍କ ଘରେ ସମସ୍ତ ସଦସ୍ୟଙ୍କୁ ଏଭଳି ହେଉଥିବା ପ୍ରକାଶ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ସମସ୍ତଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରିବା ସମୟରେ ତାଙ୍କ ସ୍ତ୍ରୀ ଏବଂ ୨ ପୁଅଙ୍କ ମୃତ୍ଯୁ ହୋଇସାରିଥିଲା । ପ୍ରଶାନ୍ତଙ୍କ ମାଆ ଉର୍ମିଳା ଡାକୁଆ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତରଣ କରାଯାଇଥିଲା ।

ହେଲେ ଗୋଟିଏ ପରିବାରର ଏପରି ବିଷାକ୍ତ ଖାଦ୍ୟ ୩ ଜଣଙ୍କ ଜୀବନ ନେବା ସହିତ ଅନ୍ଯ ଜଣେ ଗୁରୁତର ହେବା ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ କିପରି ଏବଂ କେଉଁ ପରିସ୍ଥିତିରେ ଖାଦ୍ଯର ବିଷାକ୍ତକରଣ ହେଲା ତାହାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ପୋଲିସ ମୃତ ଦେହ ଗୁଡିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପାଠାଇଛି ପୋଲିସ । ବ୍ୟବଚ୍ଛେଦର ରିପୋର୍ଟ ଆସିଲା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲସ କହିଛି ।


ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details