ବ୍ରହ୍ମପୁର: ବିଷାକ୍ତ ସାପ ନେଲା 3 ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ । କୋଦଳା ଥାନା ଅନ୍ତର୍ଗତ ବି. ନୂଆପଲି ଗାଁରେ ମାଆ ଓ ପୁଅ ସର୍ପ ଦଂଶନରେ ପ୍ରାଣ ହରାଇଥିବାବେଳେ କବିସୂର୍ଯ୍ୟନଗର ଥାନା ବରିଡା ଗାଁର କୃଷ୍ଣଚନ୍ଦ୍ର ସାହୁଙ୍କ ସର୍ପ ଦଂଶନରେ ମୃତ୍ୟୁ ଘଟିଛି ।
ବି. ନୂଆପଲି ଗାଁର ମନାସୀ ପରିଡା ଏବଂ ତାଙ୍କ ଛଅ ବର୍ଷର ପୁଅ ଆଶିଷ ପରିଡା ରବିବାର ରାତିରେ ଘରେ ଶୋଇଥିବା ସମୟରେ ଏକ ବିଷଧର ସର୍ପ ଦଂଶନ କରିଥିଲା । ପରେ ଏହା ଜାଣିପାରି ଉଭୟଙ୍କୁ ଚିକିତ୍ସା ପାଇଁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ପରେ ସ୍ବାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।