ଓଡିଶା

odisha

ETV Bharat / state

ଆଖି ବୁଜିଲେ ଗଞ୍ଜାମର 3 କୋରୋନା ଯୋଦ୍ଧା, ପ୍ରଶାସନର ଶୋକ ପ୍ରକାଶ

ଗଞ୍ଜାମ ଜିଲ୍ଲାରେ କୋରୋନାର ଭୟାବହତା ଦିନକୁ ଦିନ ବଢିବାରେ ଲାଗିଛି । ଏମିତିରେ ରବିବାର କୋରୋନା କବଳରେ ଆଖି ବୁଜିଛନ୍ତି ଜିଲ୍ଲାର 3 କୋରୋନା ଯୋଦ୍ଧା ।

corona update in ganjam, covid warrior's death in ganjam, ganjam latest news, corona situation in ganjam, ganjam collector, ଗଞ୍ଜାମରେ କୋରୋନା ଅପଡେଟ, ଗଞ୍ଜାମରେ କୋରୋନା ଯୋଦ୍ଧାଙ୍କ ମୃତ୍ୟୁ, ଗଞ୍ଜାମ ଲାଟେଷ୍ଟ ନ୍ୟୁଜ୍‌, ଗଞ୍ଜାମରେ କୋରୋନା ସ୍ଥିତି, ଗଞ୍ଜାମ ଜିଲ୍ଲାପାଳ
ଆଖି ବୁଜିଲେ ଗଞ୍ଜାମର 3 କୋରୋନା ଯୋଦ୍ଧା, ପ୍ରଶାସନର ଶୋକ ପ୍ରକାଶ

By

Published : Jul 12, 2020, 8:22 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋରୋନାର ଭୟାବହତା ଦିନକୁ ଦିନ ବଢିବାରେ ଲାଗିଛି । ଏମିତିରେ ରବିବାର କୋରୋନା କବଳରେ ଆଖି ବୁଜିଛନ୍ତି ଜିଲ୍ଲାର 3 କୋରୋନା ଯୋଦ୍ଧା । ଏମାନଙ୍କ ମଧ୍ୟରେ ରହିଛନ୍ତି ସାନଖେମୁଣ୍ଡି ବ୍ଲକ ସମନ୍ବିତ ଶିଶୁ ବିକାଶ ଯୋଜନାରେ କାର୍ଯ୍ୟରତ ଅଙ୍ଗନବାଡି ସୁପରଭାଇଜର କେ.ଅଶାନ୍ତ ପାତ୍ର, ଜିଲ୍ଲାର ଆସ୍କା ବ୍ଲକ ସିଙ୍ଗିପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଗୌରହରି ବେହେରା ଓ ଆସ୍କା ପୋଲିସ ଥାନାର କନେଷ୍ଟବଳ ଗୋଲକ ନାୟକ ।

ଆଖି ବୁଜିଲେ ଗଞ୍ଜାମର 3 କୋରୋନା ଯୋଦ୍ଧା, ପ୍ରଶାସନର ଶୋକ ପ୍ରକାଶ

ଜିଲ୍ଲାରେ କୋରୋନା ସ୍ଥିତିକୁ ନଜରରେ ରଖି ଏହି ଯୋଦ୍ଧାମାନେ ଦୀର୍ଘ ଦିନ ଧରି ନିଜ ସେବା ଜାରି ରଖିଥିଲେ । ଆଗଧାଡିର ଏହି କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ ବଳରେ ନିଜ ମାନବିକତାର ପରିଚୟ ଦେଇଥିବା ବେଳେ ଏମାନଙ୍କ ବିୟୋଗରେ ପ୍ରଶାସନ ଗଭୀର ଶୋକ ପ୍ରକାଶ କରିଛି । ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମଧ୍ୟ ଶୋକ ପ୍ରକାଶ କରିବା ସହ ଟ୍ବିଟ ମାଧ୍ୟମରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ । ଏପରି ସ୍ଥିତିରେ ମୃତକଙ୍କ ପରିବାର ସହ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ଜିଲ୍ଲାପାଳ ମହଜୁଦ ରହିଥିବା ସେ ଟ୍ବିଟରେ ପ୍ରକାଶ କରିଥିଲେ ।

ଆଖି ବୁଜିଲେ ଗଞ୍ଜାମର 3 କୋରୋନା ଯୋଦ୍ଧା, ପ୍ରଶାସନର ଶୋକ ପ୍ରକାଶ

ତେବେ ଜିଲ୍ଲାରେ ଏହିପରି କୋଭିଡ ଯୋଦ୍ଧାଙ୍କୁ ସହଯୋଗ କରିବା ପାଇଁ ନୀତି ନିୟମର କଡା ଅନୁପାଳନ ସହ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ସୂଚନା ମୁତାବକ ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଜୁଇ ଜଣ ଶିକ୍ଷକଙ୍କ ସମେତ ଜଣେ ଅଙ୍ଗନବାଡି କର୍ମୀ ଓ ଜଣେ କନିଷ୍ଠ ଯନ୍ତ୍ରୀ କୋଭିଡ ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ବେଳେ କୋରୋନା କବଳରେ ଆଖି ବୁଜି ସାରିଛନ୍ତି । ତେବେ ରବିବାର 3 ଜଣଙ୍କ ମୃତ୍ୟୁ ସହ ଜିଲ୍ଲାରେ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ ସଂଖ୍ୟା 7ରେ ପହଞ୍ଚିଥିବା ଜଣା ପଡିଛି ।

ସେପଟେ ଶନିବାର ରାତିରେ ରାଜ୍ୟର ପ୍ରଥମ ଗଣମାଧ୍ୟମ ପ୍ରତିନିଧି ଭାବରେ ହିଞ୍ଜିଳିକାଟୁରେ କାର୍ଯ୍ୟରତ ସାମ୍ବାଦିକଙ୍କର ଭୁବନେଶ୍ବରରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣା ପଡିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details