ଓଡିଶା

odisha

ETV Bharat / state

ବ୍ରହ୍ମପୁର ପୋଲିସକୁ ସଫଳତା, ଅଳଙ୍କାର ଜବତ ସହ ତିନି ଗିରଫ - ବ୍ରହ୍ମପୁର ସହରରେ ବଢ଼ୁଛି ଚୋରି ମାମଲା

ବ୍ରହ୍ମପୁର ସହରରେ ବଢ଼ୁଛି ଚୋରି ମାମଲା । ୨୫୦ ଗ୍ରାମ ସୁନା ଅଳଙ୍କାର ଓ ୫୦୦ ଗ୍ରାମ ରୂପା ଅଳଙ୍କାର ଜବତ ହୋଇଥିବା ବେଳେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

୨୫୦ଗ୍ରାମ ସୁନା ଓ ୫୦୦ ଗ୍ରାମ ରୂପା ସହ ତିନି ଗିରଫ
୨୫୦ଗ୍ରାମ ସୁନା ଓ ୫୦୦ ଗ୍ରାମ ରୂପା ସହ ତିନି ଗିରଫ

By

Published : Feb 25, 2023, 12:15 PM IST

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସକୁ ମିଳିଛି ବଡ ସଫଳତା । ୨୫୦ ଗ୍ରାମ ସୁନା ଅଳଙ୍କାର ଓ ୫୦୦ ଗ୍ରାମ ରୂପା ଅଳଙ୍କାର ଜବତ ହୋଇଥିବା ବେଳେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଗତ କିଛି ଦିନ ଧରି ରେଶମ ସହର ବ୍ରହ୍ମପୁର ସହରରେ ଚୋରି ମାମଲା ବଢୁଥିବା ବେଳେ ଘଟଣାକୁ ନେଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ବ୍ରହ୍ମପୁର ପୋଲିସ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ ଶେଷରେ ମିଳିଛି ସଫଳତା ।

ଅଧିକ ପଢ଼ନ୍ତୁ: Odisha Budget 2023: ବଜେଟରେ ନୂଆ ଯୋଜନା, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ୧୨୦ କୋଟି

୨୫୦ଗ୍ରାମ ସୁନା ଓ ୫୦୦ ଗ୍ରାମ ରୂପା ସହ ତିନି ଗିରଫ

ଦୁଇଟି ଚୋରି ଘଟଣା ମଧ୍ୟରେ ଗୋଟିଏ ବ୍ରହ୍ମପୁର ପୋଲିସ ଜିଲ୍ଲାର ବଡ ବଜାର ଥାନା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଏକ ମାମଲା ସହରର ନିମ୍ନଖଣ୍ଡି ଥାନା ଅଞ୍ଚଳର ହୋଇଥିଲା । ପୋଲିସ ଉଭୟ ଘଟଣାରେ ତିନି ଜଣରୁ ଊର୍ଦ୍ଧ୍ବ ଚୋରଙ୍କୁ କାବୁ କରିଥିବା ଜଣାପଡିଛି । ସେପଟେ ଚୋରମାନଙ୍କ ନିକଟରୁ ପୋଲିସ ପ୍ରାୟ ୨୫୦ ଗ୍ରାମରୁ ଉର୍ଦ୍ଧ୍ବ ସୁନା ଓ ୫୦୦ ଗ୍ରାମରୁ ଊର୍ଦ୍ଧ୍ବ ରୂପା ଜବତ କରିଥିବା ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା ସର୍ବଣା ବିବେକ ଏମ୍ ପ୍ରେସ ରିଲିଜ ମାଧ୍ୟମରେ ସୂଚନା ଦେଇଛନ୍ତି । ଗିରଫ ମାନେ ହେଲେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବାଲିପଡା ଇନ୍ଦିରା ଆବାସ ଅଞ୍ଚଳର ଏମ୍.ସନ୍ତୋଷ ଓରଫ ସାନ୍ତୁ, ଟି.ଭଞ୍ଜ ଓରଫ ଆକାଶ ଏବଂ ଟି.ଦିଲ୍ଲୀପ । ଗିରଫଙ୍କ ନାମରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ନିମଖଣ୍ଡି, ଗୋଳନ୍ଥରା ଓ ବଡ଼ବଜାର ଥାନା ଅଞ୍ଚଳରେ ମୋଟ ଚାରୋଟି ମାମଲା ରହିଛି ।

ଅଧିକ ପଢ଼ନ୍ତୁ: Odisha Budget 2023: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପାଇଁ ୯୮୬ କୋଟି

ଜବତ ସୁନା ଅଳଙ୍କାର ମଧ୍ୟରେ ହାର, ନେକଲେସ୍, ମଙ୍ଗଳସୂତ୍ର ଲକେଟ୍,ଖାସୁ ମାଳି, ସୋରିସା ମାଳି ରହିଥିବା ବେଳେ ରୂପାର ମଧ୍ୟ ଅନେକ ଅଳଙ୍କାର ରହିଛି । ଗତ ଏକ ମାସ ଧରି ବ୍ରହ୍ମପୁର ସହରର ନିମଖଣ୍ଡି, ବଡ଼ବଜାର, ଗୋଳନ୍ଥରା ଭଳି ବିଭିନ୍ନ ସ୍ଥାନରେ ତାଲା ଭାଙ୍ଗି ଚୋରି କରାଯିବା ଘଟଣାରେ ମାତ୍ରା ବୃଦ୍ଧି ପାଇଥିବା ଏହାକୁ ନେଇ ପୋଲିସର ଚିନ୍ତା ବୃଦ୍ଧି ପାଇଥିଲା । ଆଉ ଏହି ଘଟଣାରେ ସଂପୃକ୍ତ ଅପରାଧୀଙ୍କୁ ଧରିବା ପାଇଁ ବ୍ରହ୍ମପୁର ଏସ୍.ପିଙ୍କ ନିର୍ଦ୍ଦେଶ ଦେଇଥିବା ବେଳେ ପୋଲିସ ଟାଉନ୍ ଓ ସଦର ଏସଡିପିଓ ଏବଂ ସମସ୍ତ ଥାନା ଅଧିକାରୀମାନେ ଚୋର ଗ୍ୟାଙ୍ଗଙ୍କୁ ଧରିବା ପାଇଁ ଉଦ୍ୟମ କରିଥିବା ବେଳେ ଶେଷରେ ଏଭଳି ସଫଳତା ମିଳିଛି ।

ଇଟିଭି ଭାରତ ବ୍ରହ୍ମପୁର

ABOUT THE AUTHOR

...view details