ଓଡିଶା

odisha

ETV Bharat / state

କୃଷି ଆଇନକୁ ବିରୋଧ, ଆସନ୍ତା 25ରେ ପାଳନ ହେବ ପ୍ରତିରୋଧ ଦିବସ - କୃଷି ଆଇନ ବିରୋଧରେ

କୃଷି ଆଇନ ବିରୋଧରେ ସେପ୍ଟେମ୍ବର ୨୫ ତାରିଖରେ ପାଳନ ହେବ ସର୍ବଭାରତୀୟ ବନ୍ଦ ଓ ପ୍ରତିରୋଧ ଦିବସ । ତେବେ ଓଡ଼ିଶାରେ ଏହି ଦିବସକୁ ସଫଳ କରିବା ପାଇଁ କୃଷକ ସଙ୍ଗଠନ ମାନଙ୍କୁ ଏନେଇ ଆହ୍ବାନ କରାଯାଇଛି । ଅଧିକ ପଢନ୍ତୁ...

25 September is All India strike against agricultural law
କୃଷି ଆଇନ ବିରୋଧରେ ସେପ୍ଟେମ୍ବର ୨୫ରେ ସର୍ବଭାରତୀୟ ବନ୍ଦ ଓ ପ୍ରତିରୋଦ ଦିବସ ପାଳନ

By

Published : Sep 23, 2020, 7:29 AM IST

ବ୍ରହ୍ମପୁର: କୃଷି ଆଇନ ବିରୋଧରେ ସେପ୍ଟେମ୍ବର ୨୫ ତାରିଖରେ ପାଳନ ହେବ ସର୍ବଭାରତୀୟ ବନ୍ଦ ଓ ପ୍ରତିରୋଧ ଦିବସ । ତେବେ ଓଡ଼ିଶାରେ ଏହି ଦିବସକୁ ସଫଳ କରିବା ପାଇଁ କୃଷକ ସଙ୍ଗଠନ ମାନଙ୍କୁ ଏନେଇ ଆହ୍ବାନ କରାଯାଇଛି । ସଂସଦର ସମସ୍ତ ବିଧି ବ୍ୟବସ୍ଥା ଏବଂ ସାଂସଦ ମାନଙ୍କର ଭୋଟଦାନକୁ ଅସ୍ବୀକାର କରି ଯେଉଁ କୃଷି ବିଧେୟକ ଗୃହୀତ ହୋଇଛି ତାହା ସମ୍ବିଧାନର ଉଲ୍ଲଂଘନ ବୋଲି ବ୍ରହ୍ମପୁର ଠାରେ ଆୟୋଜିତ ସାମ୍ବାଧିକ ସମ୍ମିଳନୀରେ ଅଲ ଇଣ୍ଡିଆ କିଷାନ ସଂଙ୍ଘର୍ଷ କୋ-ଅର୍ଡିନେସନ୍ କମିଟି ପକ୍ଷରୁ କୁହାଯାଇଛି ।

କୃଷି ଆଇନ ବିରୋଧରେ ସେପ୍ଟେମ୍ବର ୨୫ରେ ସର୍ବଭାରତୀୟ ବନ୍ଦ ଓ ପ୍ରତିରୋଦ ଦିବସ ପାଳନ

ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ କମ୍ୟୁନିଟ ହଲ ଠାରେ ଗଞ୍ଜାମ ଜିଲ୍ଲା କୃଷକ ସଂଗଠନର ପକ୍ଷରୁ ଏହି ଅବସରରେ ଏହି ନୂତନ କୃଷି ବିଧେୟକ କର୍ପୋରେଟ୍ ମାନଙ୍କ ସ୍ବାର୍ଥରେ କୃଷକମାନଙ୍କ ଉପରେ ନିର୍ଭରଶୀଳ କୃଷି ବ୍ୟବସ୍ଥାକୁ ଧ୍ବଂସ କରି କୃଷିର କମ୍ପାନୀକରଣ କରିବା ଏକ ଷଡ଼ଯନ୍ତ୍ର ବୋଲି କୁହାଯାଇଛି । ଯାହାକୁ ବିରୋଧ କରି ଆଗାମୀ ସେପ୍ଟେମ୍ବର ୨୫ ତାରିଖରେ ଗଞ୍ଜାମ ଜିଲ୍ଲାରେ କୃଷକ ସଂଗଠନମାନେ ପ୍ରତିରୋଧ ଦିବସ ପାଳନ କରିବେ ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details