ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ପାଣ୍ଡିରିପଡା ପଞ୍ଚାୟତର ୨ ଶହରୁ ଊର୍ଦ୍ଧ୍ବ ବିଜେପି ପରିବାର ବିଜେଡି ଦଳର ସାଙ୍ଗଠନିକ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ଦଳରେ ସାମିଲ ହୋଇଛନ୍ତି । ବୁଧବାର ମାଁ ସିଂହାସନୀ ପୀଠରେ ସ୍ବଇଚ୍ଛାରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତରେ ସେମାନେ ବିଜେଡିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।
ବିଜେଡିର ମିଶ୍ରଣ ପର୍ବ: ମିଶିଲେ 200ରୁ ଊର୍ଦ୍ଧ୍ବ ବିଜେପି କର୍ମୀ - bjd misranaparba
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ପାଣ୍ଡିରିପଡା ପଞ୍ଚାୟତର ୨ ଶହରୁ ଊର୍ଦ୍ଧ୍ବ ବିଜେପି ପରିବାର ବିଜେଡି ଦଳର ସାଙ୍ଗଠନିକ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ଦଳରେ ସାମିଲ ହୋଇଛନ୍ତି ।
ପାଣ୍ଡିରିପଡା ନିବାସୀ ରବିନ୍ଦ୍ର ନାୟକଙ୍କ ନେତୃତ୍ବରେ ୨ ଶହରୁ ଉର୍ଦ୍ଧ୍ବ ବିଜେପି ସଦସ୍ୟ ଦଳରୁ ବିମୁଖ ହୋଇ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ପୋଲସରା ବିଧାୟକଙ୍କ କାର୍ଯ୍ୟକାରିତାକୁ ସମ୍ମାନ ଜଣାଇ ବିଜେପି ଛାଡ଼ି ବିଜେଡି ଦଳରେ ସାମିଲ ହୋଇଛନ୍ତି । ଏପରିକି ବିଜେପି ଛାଡି ଥିବା କିଛି ଯୁବ ଗୋଷ୍ଠୀଙ୍କ କହିବା ପ୍ରକାରେ ବିଜେପି ହେଉଛି ଏକ ସିଜିନ୍ ବେପାରୀର ଦଳ । କେବଳ ସିଜିନ୍ ଆସିଲେ ଏହି ଦଳ ପଦାକୁ ଆସି ଗାଁ ଗାଁରେ ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭକୁଆ ବନେଇ ଯାଆନ୍ତି । ଯାହାକୁ ଆମେ ଦୃଢ଼ ବିରୋଧ କରି ଆଜି ମାଁ ସିଂହାସନୀଙ୍କ ପୀଠରେ ବିଧାୟକଙ୍କ ଉପସ୍ଥିତରେ ବିଜେପି ଦଳ ପରିତ୍ୟାଗ କରି ବିଜେଡି ଦଳରେ ସାମିଲ ହୋଇଛୁ । ଯାହାକୁ ନେଇ ବିଧାୟକ ଶ୍ରୀକାନ୍ତ ସାହୁ ସମସ୍ତ ନୂତନ କର୍ମୀମାନଙ୍କୁ ଦଳୀୟ ଉପଢୌକନ ଓ ପୁଷ୍ପ ଗୁଛ ଦେଇ ଦଳକୁ ସ୍ବାଗତ କରିଥିଲେ ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ