ଓଡିଶା

odisha

ETV Bharat / state

ସନ୍ଦେହଜନକ ଅବସ୍ଥାରେ 2 ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର - ganjam

ଗୁରୁବାର ମଧ୍ୟରାତ୍ରରେ 2ଜଣ ବ୍ୟକ୍ତିଙ୍କ ସନ୍ଦେହଜନକ ଭାବେ ମୃତଦେହ ଉଦ୍ଧାର । ଅଜଣା ଗାଡି ଧକ୍କା ଦେଇଥିବା ଅନୁମାନ କରାଯାଉଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

By

Published : Jul 12, 2019, 4:33 PM IST

ଭଞ୍ଜନଗର: ରାସ୍ତାକଡରୁ 2ଜଣ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁଶାପଲ୍ଲୀ ଗାଁର ଛକ ଠାରେ ଗତକାଲି ମଧ୍ୟରାତ୍ରରେ 2ଜଣ ବ୍ୟକ୍ତିଙ୍କ ସନ୍ଦେହଜନକ ଭାବେ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ମାନେ ହେଲେ ରାମ ଗୌଡ ଓ କୃଷ୍ଣ ନାୟକ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ସୂଚନା ମୁତାବକ, ଗତକାଲି ରାତିରେ 2ଜଣ ମୋଟରସାଇକେଲ ଯୋଗେ ଆସୁଥିବାବେଳେ ଅଜଣା ଗାଡି ଧକ୍କା ଦେଇଥିବା ଅନୁମାନ କରାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଉଭୟଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନାକୁ ପଠାଇଛି । ତେବେ ଏହା ବାସ୍ତବରେ ଦୂର୍ଘଟଣା ନା ଷଡଯନ୍ତ୍ର କରି ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details