ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରର କୋରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏଥିଲାଗି ଜିଲ୍ଲା ପ୍ରଶାସନ ଡେଡିକେଟ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରକୁ ବନ୍ଦ କରି ପୁଣି ନଗର ଚିକିତ୍ସାଳୟରେ ଚିକିତ୍ସା ଯୋଗାଇ ଦେବା ପାଇଁ ସ୍ଥିର କରିଛି ।
ମେତ ଉପକଣ୍ଠ ଏବଂ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଡେଡିକେଟ କୋଭିଡ ହସ୍ପିଟାଲଠାରୁ ଆରମ୍ଭ କରି କୋଭିଡ କେୟାର ସେଣ୍ଟର ଭଳି ବିଭିନ୍ନ ପ୍ରକାର କୋଭିଡ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଇତିମଧ୍ୟରେ ସହରରେ ଦିନକୁ ଦିନ ସଂକ୍ରମଣ ହାର କମୁଥିବାରୁ ବେଳେ ଏହା ନିୟନ୍ତ୍ରଣରେ ରହିଥିବାରୁ ରୋଗୀ ସଂଖ୍ୟା ମଧ୍ୟ ହ୍ରାସ ପାଉଛି । ଏଣୁ ସହରର ନଗର ଚିକିତ୍ସାଳୟ ପରିସରରେ କେବଳ କୋଭିଡ ରୋଗୀଙ୍କ ପାଇଁ ରହିଥିବା ଡେଡିକେଡେଟ କୋଭିଡ ହସ୍ପିଟାଲ (ଡିସିଏଚ ୫) କୁ ବନ୍ଦ କରି ସେଥିରେ ସାଧାରଣ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇଦେବାକୁ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି ।