ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ପ୍ରଥମ ଡେଙ୍ଗୁରୋଗୀ ଚିହ୍ନଟ ପରେ ଡାକ୍ତରୀ ଟିମ ଘଟଣାସ୍ଥଳ ପରିଦର୍ଶନ କରିଛି । ଆସିକା ଅଞ୍ଚଳରେ ପ୍ରଥମ ଡେଙ୍ଗୁରୋଗୀ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେବା ସହ ପ୍ରଶାସନିକ ତତ୍ପରତା ମଧ୍ୟ ଦେଖିବାକୁ ମିଳିଛି ।
ଆସିକାରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ, ବସ୍ତି ପରିଦର୍ଶନ କଲା ଡାକ୍ତରୀ ଟିମ - ganjam dengue update
ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ପ୍ରଥମ ଡେଙ୍ଗୁରୋଗୀ ଚିହ୍ନଟ । ଘଟଣାସ୍ଥଳରେ ଡାକ୍ତରୀ ଟିମ। ନମୂନା ସଂଗ୍ରହ ସହ ଆରମ୍ଭ ହେଲା ସଚେତନତା କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...
ଆସିକାରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ, ବସ୍ତି ପରିଦର୍ଶ କଲା ଡାକ୍ତରୀ ଟିମ
ଆସିକାରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ, ବସ୍ତି ପରିଦର୍ଶ କଲା ଡାକ୍ତରୀ ଟିମ
ଘଟଣାକ୍ରମ ଅନୁସାରେ, ୨ଦିନ ତଳେ ଗଣ୍ଡପଲ୍ଲୀ ନିକଟସ୍ଥ ଏରେଗୁଲା ବସ୍ତିରେ ଜଣେ ଜୈନିକ ମହିଳା ଡେଙ୍ଗୁରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଥିଲେ । ତେବେ ଆଜି ବ୍ରହ୍ମପୁରରୁ ଏକ ୩ ଜଣିଆ ଡାକ୍ତରୀ ଟିମ ଆସି ଏରେଗୁଲା ବସ୍ତି ପରିଦର୍ଶନ କରିବା ସହିତ ସ୍ଥାନୀୟ ଅଞ୍ଚଳରୁ ନମୁନା ସଂଗ୍ରହ କରି ଫେରିଛନ୍ତି । ସେହିପରି ଆସିକା ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି l ପ୍ରତି ସାହି ଗଳିରେ ସ୍ବାସ୍ଥ୍ୟକର୍ମୀମାନେ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି l
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ