ଓଡିଶା

odisha

ETV Bharat / state

ବ୍ରହ୍ମପୁରରେ ପହଞ୍ଚିଲା 1 ଲକ୍ଷ ୪୦ ହଜାର କୋଭାକ୍ସିନ, ସୋମବାରରୁ ଆରମ୍ଭ ହେବ ଟିକାଦାନ - Covaxin have arrived in Berhampur

ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲା ପାଇଁ 1 ଲକ୍ଷ ୪୦ ହଜାର କୋଭାକ୍ସିନ ପହଞ୍ଚିବା ପରେ ଏହାକୁ ଆସନ୍ତାକାଲି ସୁଦ୍ଧା ସମସ୍ତ ଟିକାଦାନ କେନ୍ଦ୍ରକୁ ପଠାଇ ଦିଆଯିବ। ଅଧିକ ପଢନ୍ତୁ...

ବ୍ରହ୍ମପୁରରେ ପହଞ୍ଚିଲା 1 ଲକ୍ଷ  ୪୦ ହଜାର କୋଭାକ୍ସିନ, ସୋମବାରରୁ ଆରମ୍ଭ ହେବ ଟିକାଦାନ
ବ୍ରହ୍ମପୁରରେ ପହଞ୍ଚିଲା 1 ଲକ୍ଷ ୪୦ ହଜାର କୋଭାକ୍ସିନ, ସୋମବାରରୁ ଆରମ୍ଭ ହେବ ଟିକାଦାନ

By

Published : Jul 3, 2021, 10:52 PM IST

ବ୍ରହ୍ମପୁର: ରାଜଧାନୀ ଭୁବନେଶ୍ଵର ପରେ ପ୍ରଥମ ଥର ପାଇଁ ବ୍ରହ୍ମପୁରକୁ ପହଞ୍ଚିଲା କୋଭାକ୍ସିନ । ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲା ପାଇଁ 1 ଲକ୍ଷ ୪୦ ହଜାର କୋଭାକ୍ସିନ ପହଞ୍ଚିବା ପରେ ଏହାକୁ ଆସନ୍ତାକାଲି ସୁଦ୍ଧା ସମସ୍ତ ଟିକାଦାନ କେନ୍ଦ୍ରକୁ ପଠାଇ ଦିଆଯିବ।

ବ୍ରହ୍ମପୁରରେ ପହଞ୍ଚିଲା 1 ଲକ୍ଷ ୪୦ ହଜାର କୋଭାକ୍ସିନ, ସୋମବାରରୁ ଆରମ୍ଭ ହେବ ଟିକାଦାନ

ଏପରିକି ସୋମବାର ଠାରୁ ଗଞ୍ଜାମରେ ଆରମ୍ଭ ହେବ ଏହି କୋଭାକ୍ସିନର ଟୀକାଦାନ । ସେହିପରି ଜିଲ୍ଲାକୁ ପୂର୍ବରୁ ଦିଆଯାଉଥିବା କୋଭିସିଲ୍ଡ ୮୫ ହଜାର ଡୋଜ ପହଞ୍ଚିଛି । ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ଟିକା ସଂରକ୍ଷଣ କେନ୍ଦ୍ର ପରିସରରେ ଭ୍ୟାକସିନ୍ ପହଞ୍ଚିବା ପରେ ଏହାକୁ ଜିଲ୍ଲାର ସମସ୍ତ ଟିକାଦାନ କେନ୍ଦ୍ରକୁ ଆସନ୍ତା କାଲି ସୁଦ୍ଧା ପଠାଯିବ ।

ଯାହାକି ଏଣିକି ଜିଲ୍ଲାରେ ପ୍ରଥମ ଡୋଜ ଟିକା ନେବା ପାଇଁ ଆସୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ କୋଭାକ୍ସିନ ଟୀକା ଦିଆଯିବ ଏବଂ ଯେଉଁମାନେ ପୂର୍ବରୁ କୋଭିସିଲ୍ଡ ଟିକା ନେଇଥିଲେ ସେମାନେ ଦ୍ବିତୀୟ ଡୋଜ୍ ମଧ୍ୟ କୋଭିସିଲ୍ଡ ନେବେ ବୋଲି କହିଛନ୍ତି ଦାୟିତ୍ବରେ ଥିବା ଅଧିକାରୀ ଲଜିଷ୍ଟିକ୍ ମ୍ୟାନେଜର ସ୍ମୃତି ବର୍ଦ୍ଧନ ଦାଶ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details