ଓଡିଶା

odisha

ETV Bharat / state

ଗଞ୍ଜାମରେ ଆଉ 13 ପୋଲିସ କର୍ମଚାରୀ କୋରୋନା ପଜିଟିଭ୍ ଚିହ୍ନଟ - ସଂକ୍ରମଣର ଶିକାର କୋରୋନା ଯୋଦ୍ଧା

ବ୍ରହ୍ମପୁର ପୋଲିସର 8 କର୍ମଚାରୀ ଓ ଗଞ୍ଜାମ ପୋଲିସର 5ଜଣ ସଦସ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ଟ୍ବିଟ ଯୋଗେଁ ସୂଚନା ଦେଇଛନ୍ତି ।

13 more COVID Warriors test positive at Ganjam
ଗଞ୍ଜାମରେ ଆଉ 13 ପୋଲିସ କର୍ମଚାରୀ କୋରୋନା ପଜିଟିଭ୍ ଚିହ୍ନଟ

By

Published : Jun 27, 2020, 5:06 AM IST

ଗଞ୍ଜାମ: ଜିଲ୍ଲାରେ ସଂକ୍ରମଣର ଶିକାର ହୋଇଛନ୍ତି କୋରୋନା ଯୋଦ୍ଧା । କୋରୋନା ମୁକାବିଲାରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ପରେ ପୋଲିସ କର୍ମଚାରୀଙ୍କ ପ୍ରମୁଖ ଭୁମିକା ରହିଛି । ବ୍ରହ୍ମପୁର ପୋଲିସର 8 କର୍ମଚାରୀ ଓ ଗଞ୍ଜାମ ପୋଲିସର 5ଜଣ ସଦସ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ଟ୍ବିଟ ଯୋଗେଁ ସୂଚନା ଦେଇଛନ୍ତି ।

ଗଞ୍ଜାମରେ ଆଉ 13 ପୋଲିସ କର୍ମଚାରୀ କୋରୋନା ପଜିଟିଭ୍ ଚିହ୍ନଟ
ଗଞ୍ଜାମରେ ଆଉ 13 ପୋଲିସ କର୍ମଚାରୀ କୋରୋନା ପଜିଟିଭ୍ ଚିହ୍ନଟ
ଗଞ୍ଜାମରେ ଆଉ 13 ପୋଲିସ କର୍ମଚାରୀ କୋରୋନା ପଜିଟିଭ୍ ଚିହ୍ନଟ

ତେବେ ରିପୋର୍ଟ ପଜିଟିଭ ଆସିଥିବା ଏହି ସମସ୍ତ କୋରୋନା ଯୋଦ୍ଧାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଥିବା ଦୁଇ ପୋଲିସ ଜିଲ୍ଲାର ମୁଖ୍ୟ ଟ୍ବିଟରେ ଉଲ୍ଲେଖ କରିଛନ୍ତି । ସମସ୍ତଙ୍କୁ ସ୍ବାସ୍ଥ୍ୟ ବିଭାଗର ପର୍ଯ୍ୟବେକ୍ଷଣରେ ରଖାଯାଇଛି । ଏଥିସହିତ ସମସ୍ତଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି ।

ପୂର୍ବରୁ ଗଞ୍ଜାମ ଜିଲ୍ଲାର ବହୁ ପୋଲିସ କର୍ମଚାରୀ କୋଭିଡ-19 ସଂକ୍ରମଣର ଶିକାର ହୋଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details